ରିଲିଜ୍ ହେଲା ଭାରତର “ତୁର ପେୟା” ଗୀତ
Khabar Odisha:bollywood-odisha-salman-khan-film-bharat-new-song-main-turpeya-ghar-se-dur-release
ନୂଆଦିଲ୍ଲୀ, ମଇ ୨୪ (ଖବର ଓଡିଶା) :

 ସଲମାନ ଖାନଙ୍କ ଫିଲ୍ମ ଭାରତର ଆଉ ଏକ ଫିଲ୍ମ ରିଲିଜ ହୋଇଛି । ଏହି ଗୀତକୁ ସଲମାନ ଖାନ ନିଜ ଟ୍ୱିଟର ଆକାଉଂଟରେ ସେୟାର କରିଛନ୍ତି । ସଲମାନ ଏଥିରେ ଲେଖିଛନ୍ତି କି, ମୈ ତୁର ପେୟା ଘର ସେ ଦୂର । ତେବେ ଗୀତକୁ ସୋସାଲ ମିଡିଆରେ ଖୁବ୍ ଭଲ ପ୍ରତିକ୍ରିୟା ମିଳିଛି । 

ଜଣେ ୟୁଜର ଲେଖିଛନ୍ତି କି, ଫାଂଟାଷ୍ଟିକ ସଂଙ୍ଗ୍ । ଲୋକମାନେ ଫିଲ୍ମକୁ ମଧ୍ୟ ବ୍ଲକବଷ୍ଟର କହୁଛନ୍ତି । କିଛି ଦର୍ଶକ କହିଛନ୍ତି ଗୀତ ଶୁଣି ମଜା ଆସିଗଲା । ଏହି ଗୀତ ଭଳି ଫିଲ୍ମର ଅନ୍ୟ ଗୀତକୁ ମଧ୍ୟ ଭଲ ପ୍ରତିକ୍ରିୟା ମିଳିଛି । ଗୀତକୁ ସୁଖବିନ୍ଦର ସିଂହ, ବିସାଲ ଏବଂ ଶେଖର ଗାଇଛନ୍ତି । 

ଫିଲ୍ମ କଥା କହିବାକୁ ଗଲେ ଜୁନ ୫ରେ ଇଦ ଅବସରରେ ଏହି ଗୀତ ରିଲିଜ ହେବାକୁ ଯାଉଛି । ଭାରତ କୋରିଆନର ଫିଲ୍ମ ଏନ ଓଡ ଟୁ ମାଁଇ ଫାଦରର ହିନ୍ଦୀ ରିମେକ । ଏହି ଗୀତରେ ସଲମାନ ୧୮ରୁ ୭୦ ବର୍ଷ ବୟସ  ବ୍ୟକ୍ତି ଭୂମିକାରେ ଅଛନ୍ତି । ତାଙ୍କର ୭୧ ବର୍ଷର ଜୀବନ ଯାତ୍ରାକୁ ଦର୍ଶାଯାଇଛି । 

Subscribe

National International State Sports Entertainment