ପିଏମ୍ ମୋଦୀଙ୍କ ବାୟୋପିକକୁ ସେନସର ବୋର୍ଡର ସବୁଜ ସଙ୍କେତ, ରିଲିଜ ହେବା ପାଇଁ ସମସ୍ତ ରାସ୍ତା ସଫା
Khabar Odisha:bollywood-odisha-lok-sabha-election-2019-censor-board-gave-u-certificate-to-narendra-modi-biopic
ନୂଆଦିଲ୍ଲୀ, ଅପ୍ରେଲ ୧୦ ୯ଖବର ଓଡିଶା) :

ସେନସର ବୋର୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ ରିଲିଜ ହେବାର ସମସ୍ତ ରାସ୍ତା ସଫା କରିଦେଇଛି । ସେନସର ବୋର୍ଡରୁ ଫିଲ୍ମକୁ ସାର୍ଟିଫିକେଟ ମିଳି ସାରିଛି । ଏବେ ଫିଲ୍ମ ଅଫ୍ରେଲ ୧୧ରେ ରିଲିଜ ହେବାକୁ ଯାଉଛି । ସିବିଏଫସି ସୂତ୍ର ମୁତାବକ, ମଙ୍ଗଳବାର ଦିନ ଫିଲ୍ମକୁ ୟୁ ସାର୍ଟିଫିକେଟ ମିଳିଛି । ତେବେ ଏହି ଫିଲ୍ମ ପୂର୍ବ ନିର୍ଦ୍ଧାରିତ ତାରିଖରେ ରିଲିଜ ହେବ କିମ୍ବା ରିଲିଜ ତାରିଖ ଘୁଂଚାଯିବ ତାହା ଫିଲ୍ମ ନିର୍ମାତାଙ୍କ ଉପରେ ନିର୍ଭର କରୁଛି । 

ସୂଚନା ମୁତାବକ, ଫିଲ୍ମ ରିଲିଜ ପୂର୍ବରୁ ଏଥିରେ ଚାରିରୁ ପାଂଚଟି ଛୋଟମୋଟ ସଂଶୋଧନ କରିବାକୁ କୁହାଯାଇଛି । ବହୁ ଦିନ ଧରି ଫିଲ୍ମର ରିଲିଜ ନେଇ ପ୍ରଶ୍ନ ସୃଷ୍ଟି ହେଉଥିଲା । ନିର୍ବାଚନକୁ ଦୃଷ୍ଟିରେ ରଖି ଏକାର ରିଲିଜକୁ ବିପକ୍ଷମାନେ ବାଧା ସୃଷ୍ଟି କରୁଥିଲେ । ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ଏହାକୁ ନେଇ ଆବେଦନ ହୋଇଥିବା ସମସ୍ତ ଯାଚିକା ପ୍ରତ୍ୟାଖାନ କରିଥିଲେ । ଅଦାଲତ କହିଥିଲେ କି, ଯଦି ଫିଲ୍ମ ୧୧ରେ ରିଲିଜ ହେବ ତେବେ ନିର୍ବାଚନ ଆୟୋଗ ଠାରୁ ଅନୁମତି ନେବାକୁ ପଡିବ । ଏହା ଆଦର୍ଶ ଆଚରଣ ସଂହିତା ଉଲ୍ଲଙ୍ଘନ କରୁଚି କି ନାହିଁ ତାହା ନିର୍ବାଚନ ଆୟୋଗ ବୁଝିବ । 

Subscribe

National International State Sports Entertainment