ଲୋକସଭା ନିର୍ବାଚନ ମଧ୍ୟରେ ରାଜନୀତି ଛାଡି ଫିଲ୍ମ ସୁଟିଂ କରୁଛନ୍ତି ରଜନୀକାନ୍ତ
Khabar Odisha:bollywood-odisha-bollywood-rajinikanth-movie-with-ar-murugadoss-darbar-first-look
ନୂଆଦିଲ୍ଲୀ, ଅପ୍ରେଲ ୦୯ (ଖବର ଓଡିଶା) :

 ଏବେ ରାଜନୈତିକ ମାହୋଲ ସରଗରମ ଥିବା ସମୟରେ ରଜନୀକାନ୍ତ ଏକ ନୂଆ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ଥଲାଇବା ଫିଲ୍ମର ଫାଷ୍ଟ ଲୁକ ରିଲିଜ ହୋଇ ସାରିଛି । ପ୍ରଥମେ ଏହାର ନାମ ଥଲାଇବା ୧୬୭ ରଖାଯାଇଥିଲା । କିନ୍ତୁ ଏବେ ଏହାକୁ ପରିବର୍ତନ କରାଯାଇ ଦରବାର ରଖାଯାଇଛି । ଫିଲ୍ମର ନିର୍ଦ୍ଦେଶକ ଏଆର ମୁର୍ଗଦୌସ ଅପ୍ରେଲ ୦୯ରେ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ କରିଥିଲେ । 

ଏହି ପୋଷ୍ଟରରେ ରଜନୀକାନ୍ତଙ୍କ ପଛରେ ହାତକଡି, ପୁଲିସର କୁକୁର, ବେଲ୍ଟ, ବନ୍ଧୁକ, ଏବଂ ବହୁ ଜିନିଷ ରହିଛି । ଏଥିରେ ରଜନୀକାନ୍ତଙ୍କ ବିପକ୍ଷରେ ନୟନତାରା ଅଛନ୍ତି । ଥଲାଇବା ସହ ନୟନତାରାଙ୍କ ଏହା ଚତୁର୍ଥ ଫିଲ୍ମ । ସେ ଏହା ପୂର୍ବରୁ ଚନ୍ଦ୍ରମୁଖୀ, କୁସେଳନ, ଶିବାଜୀରେ ରଜନୀକାନ୍ତଙ୍କ ସହ କାମ କରି ସାରିଛନ୍ତି । ଗଜନୀ ନିର୍ଦ୍ଦେଶକ ମୁର୍ଗଦୌସଙ୍କର ଏହା ପ୍ରଥମ ଫିଲ୍ମ । ଏହି ଫିଲ୍ମର ସୁଟିଂ ଅପ୍ରେଲ ୧୦ରୁ ଆରମ୍ଭ ହେବାକୁ ଯାଉଛି । ପୋଷ୍ଟରରୁ ସ୍ପଷ୍ଟ ଜଣା ପଡୁଛି କି, ଏହା ଆସନ୍ତା ବର୍ଷ ପୋଙ୍ଗଲ ସମୟରେ ରିଲିଜ ହେବ । କିଛି ଦିନ ପୂର୍ବରୁ ଏହି ଫିଲ୍ମ ସହ ଜଡିତ କିଛି ଫଟୋ ଲିକ ହୋଇଥିଲା । 

Subscribe

National International State Sports Entertainment