ବ୍ଲାଙ୍କର ଟ୍ରେଲର ରିଲିଜ୍, ସନି ଦେଓଲଙ୍କ ସହ ଆକ୍ସନ ମୁଡରେ କରଣ କପାଡିୟା
Khabar Odisha:bollywood-odisha-blank-trailer-out-sunny-deol-live-bomb-in-karan-kapadias
ନୂଆଦିଲ୍ଲୀ, ଅପ୍ରେଲ ୦୮ (ଖବର ଓଡିଶା):

ବଲିଉଡରେ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିବା ଡିମ୍ପଲ କପାଡିୟାଙ୍କ ଭଣଜା କରଣ କପାଡିୟା ଡେବ୍ୟୁ କରିବାକୁ ଯାଉଛନ୍ତି । ଏବେ ତାଙ୍କର ପ୍ରଥମ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଫିଲ୍ମର ନାମ ବ୍ଲାଙ୍କ ରହିଛି । ଏଥିରେ ସନ୍ନି ଦେଓଲ ଜଣେ ପୁଲିସ ଅଫିସର ଭୂମିକାରେ ଅଛନ୍ତି । ତାଙ୍କ ବ୍ୟତୀତ ଇଶିତା ଦତ୍ତ ଏବଂ କରଣବୀର ଶର୍ମା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଟ୍ରେଲରକୁ ଅକ୍ଷୟ କୁମାର ନିଜର ଟ୍ୱିଟର ଆକାଉଂଟରେ ସେୟାର କରିଛନ୍ତି ।

ସନିଙ୍କର ଦମଦାର ଡାଇଲଗରୁ ଟ୍ରେଲର ଆରମ୍ଭ ହୋଇଛି । ଏଥିରେ ସେ କହୁଛନ୍ତି ଟେରୋଜିମର କୌଣସୀ ଚେହେରା ନାହିଁ । ତାଙ୍କର କୌଣସୀ ଧର୍ମ ନାହିଁ । ସେମାନଙ୍କର ବାସ୍ ଗୋଟିଏ ଧର୍ମ ଟଙ୍କା । କିନ୍ତୁ ଆମର ଧର୍ମ ଡ୍ୟୁଟି । ଟ୍ରେଲରରୁ ଜଣା ପଡୁଛି କି, ଏହା ଟେରୋରିଜମ ଉପରେ ଆଧାରିତ । ତେବେ ଏଥିରେ ସସପେନ୍ସ ମଧ୍ୟ ଦେଖିବାକୁ ମିଳିଛି । ଏଥିରେ ଜଣେ ସୁଇସାଇଡ ବମର ଭୂମିକାରେ କରଣ ଅଛନ୍ତି । ତାଙ୍କ ଶରୀରରେ ବମ୍ ଖଞ୍ଜା ଯାଇଛି । ତେବେ ତାଙ୍କ ଦେହରେ ବମ୍ କିଭଳି ଖଞ୍ଜା ଗଲା ତାହା ସେ ନଜାଣିଥିବାର ଅଭିନୟ କରୁଛନ୍ତି । ଏହା ଆସନ୍ତା ମଇ ୩ରେ ରିଲିଜ ହେବାକୁ ଯାଉଛି । 

Subscribe

National International State Sports Entertainment