ରିଲିଜ ହେଲା ନୋଟବୁକର ଦ୍ୱିତୀୟ ଗୀତ
Khabar Odisha:bollywood-entertainment-odisha-notebook-second-song-laila-romantic-sad-emotion-pyaar-ka-elaan
ନୂଆଦିଲ୍ଲୀ, ମାର୍ଚ୍ଚ ୧୦ (ଖବର ଓଡିଶା) :

 ନିତିନ କକଡଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ନୋଟବୁକର ଦ୍ୱିତୀୟ ଗୀତ ରିଲିଜ ହୋଇଛି । ଏହା ଖୁବ୍ ହୃଦୟସ୍ପର୍ଶୀ ରହିଛି । ସଲମାନ ଖାନ ଏହି ଗୀତକୁ ନିଜ ଇନଷ୍ଟାଗ୍ରାମ ଆକାଉଂଟରେ ସେୟାର କରିଛନ୍ତି । ସଲମାନ ଲେଖିଛନ୍ତି କି, ଫିରଦୌଷ କବୀର ପାଇଁ ନିଜ ପ୍ରେମର ଘୋଷଣା କରି ଦେଇଛି । ତେବେ ଇଂଟରନେଟରେ ଫ୍ୟାନ୍ସମାନେ ଏହାକୁ ବହୁତ ଭଲ ପ୍ରତିକ୍ରିୟା ଦେଉଛନ୍ତି । 

ଏହି ଗୀତକୁ ଭାନୁଶାଳୀ ଗାଇଛନ୍ତି । ଏଥିପାଇଁ ଲିରିକ୍ସ ଅଭେନ୍ଦ୍ର ଉପାଧ୍ୟାୟ ଏବଂ ବିଶାଳ ମିଶ୍ର କରିଛନ୍ତି । ମ୍ୟୁଜିକ ବିଶାଳ ମିଶ୍ର ଦେଇଛନ୍ତି । ଏହା ଏକ ରୋମାଂଟିକ ଦୁଃଖିତ ଗୀତ । ସଲମାନଙ୍କ ପ୍ରଡକ୍ସନରେ ଏହି ଫିଲ୍ମକୁ ନିର୍ମାଣ କରାଯଇାଛି । ଏହା ଏକ ଲଭ ଷ୍ଟୋରୀ ଡ୍ରାମା ଫିଲ୍ମ । ମାର୍ଚ୍ଚ ୨୯ରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି । ଫିଲ୍ମର ଟ୍ରେଲର ରିଲିଜ ହୋଇ ସାରିଛି । କିନ୍ତୁ ଫିଲ୍ମକୁ ପାକିସ୍ତାନରେ ରିଲିଜ କରାଯିବ ନାହିଁ । ଏହା କାଶ୍ମୀର ଉପରେ ଆଧାରିତ । ଦୁଇ ସ୍କୁଲ ଶିକ୍ଷକଙ୍କ ପ୍ରେମ କାହାନୀ ଉପରେ ଏହା ଆଧାରିତ । 

Subscribe

National International State Sports Entertainment