ବଲିଉଡର ଭେଟେରାନ ଅଭିନେତ୍ରୀ ସୁରେଖା ସିକ୍ରିଙ୍କର ୭୫ ବର୍ଷ ବୟସରେ ଦେହାନ୍ତ
Khabar Odisha:Veteran-Bollywood-actress-Surekha-Sikri-dies-at-75

ମୁମ୍ବାଇ,ଜୁଲାଇ ୧୬(ଖବର ଓଡ଼ିଶା):ବଲିଉଡର ଭେଟେରାନ ଅଭିନେତ୍ରୀ ସୁରେଖା ସିକ୍ରିଙ୍କର ୭୫ ବର୍ଷ ବୟସରେ ହୃଦ୍‌ଘାତରେ ମୃତ୍ୟୁ।ତେବେ ସେ ପୁର୍ବରୁ ଅନେକ ମାସ ଧରି ଅସୁସ୍ଥ ଥିଲେ। ତାଙ୍କ ମ୍ୟାନେଜର ମ୍ୟାନେଜର ଗଣମାଧ୍ୟମକୁ ଦେଇଥିବା ସୂଚନା ମୁତାବକ ତିନିଥର ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ ସୁରେଖା ସିକ୍ରିଙ୍କର ଆଜି ସକାଳେ ୭୫ ବର୍ଷ ବୟସରେ ହୃଦ୍‌ଘାତରେ ଦେହାନ୍ତ ହୋଇଛି। 

ତେବେ ବଲିଉଡର ଏହି ଭେଟେରାନ୍ ଅଭିନେତ୍ରୀ ତାଙ୍କ କ୍ୟାରିଅର୍ ରେ ଥିଏଟର, ଚଳଚ୍ଚିତ୍ର ଏବଂ ଟେଲିଭିଜନ୍ ଆଦି ଜଗତରେ ନିଜର ଛାପ ଛାଡିଛନ୍ତି। ସେ ୧୯୭୮ ଚଳଚ୍ଚିତ୍ର କିସା କୁର୍ସି କା ସହିତ ଡେବ୍ୟୁ କରିଥିଲେ ଏବଂ ସେ ତମାସ୍ (୧୯୮୮), ମାମୋ (୧୯୯୫) ଏବଂ ବଧାଇ ହୋ (୨୦୧୮) ଆଦି ଫିଲ୍ମରେ ତିନିଥର ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ସେ ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ କରି ୧୯୭୧ ମସିହାରେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ସ୍ନାତକ ହାସଲ କରିଥିଲେ। 

  • Tags:

Subscribe

National International State Sports Entertainment