ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ ଖବର ଶୁଣି ଭାଙ୍ଗି ପଡିଲେ ଶେହନାଜ, ଅଧାରୁ ଶୁଟିଂ ଛାଡିଲେ
Khabar Odisha:Shehnaz-was-shocked-to-hear-the-news-of-Siddharth-Shuklas-death-and-left-the-shooting-halfway-through
ମୁମ୍ବାଇ, ସେପ୍ଟେମ୍ବର ୨(ଖବର ଓଡିଶା):

ବିଗବସ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ପରଲୋକ ହୋଇଯାଇଛି । ହୃତଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇର କପୁର ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତ ଖବର ମିଳିବା ପରେ ପୂରା ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି । 

ସେହିପରି ସିଦ୍ଧାର୍ଥଙ୍କ ଦେହାନ୍ତ ଖବର ପାଇବା ପରେ ପୂରା ଭାଙ୍ଗି ପଡିଛନ୍ତି ଶେହନାଜ ଗିଲ । ଖବର ପାଇବା ପରେ ଶେହନାଜ ଅଧାରୁ ଶୁଟିଂ ଛାଡି ଦେଇଛନ୍ତି । ବିଗବସ ୧୩ରେ ସିଦ୍ଧାର୍ଥଙ୍କ ସହ ପ୍ରତିଯୋଗୀ ଥିଲେ ଶେହନାଜ । ଏହାସହିତ ସିଦ୍ଧାର୍ଥଙ୍କ ସହ ତାଙ୍କର କେମଷ୍ଟ୍ରୀକୁ ଫ୍ୟାନ ଖୁବ ପସନ୍ଦ କରନ୍ତି ।

ବିଗ ବସ ୧୩ରେ ସିଦ୍ଧାର୍ଥ ଓ ଶେହନାଜ ପରସ୍ପର ନିକଟତର ହୋଇଥିଲେ । ଏହାଛଡା ଏହି ଯୋଡିଙ୍କୁ ‘ଡ୍ୟାନ୍ସ ଦିୱାନେ’ ସେଟରେ ଖୁବ ମସ୍ତି କରିଥିବା ଦେଖିବାକୁ ମିଳିଥିଲା । ତେବେ ଦୁହେଁ ପରସ୍ପରକୁ ଭଲ ପାଉଥିବା ମଧ୍ୟ ଚର୍ଚ୍ଚା ହେଉଥିଲା । ମାତ୍ର ଉଭୟ ନିଜ ସମ୍ପର୍କର ଖୁଲାସା କରିନଥିଲେ ।

  • Tags:

Subscribe

National International State Sports Entertainment