କୃଷ୍ଣସାର ମୃଗ ଶିକାର ମାମଲା: ସଲମାନଙ୍କୁ କୋର୍ଟରୁ ଝଟକା, ହାଜର ନହେଲେ ଖାରଜ ହେବ ଜାମିନ
Khabar Odisha:National-odisha-jodhpur-salman-khans-bail-may-rejected-by-jodhpur-court-in-black-buck-poaching-case
ନୂଆଦିଲ୍ଲୀ,ଜୁଲାଇ୦୪(ଖବର ଓଡ଼ିଶା):

 କୃଷ୍ଣସାର ମୃଗ ଶିକାର ମାମଲାରେ ଫିଲ୍ମ ଅଭିନେତା ସଲମାନ ଖାନଙ୍କୁ ଗୁରୁବାର କୋର୍ଟରୁ ବଡ଼ ଝଟକା ଲାଗିଛି। ସଲମାନ ଜୁଲାଇ ୪ରେ କୋର୍ଟରେ ହାଜର ହେବାର ଥିଲା, ମାତ୍ର  ସଲମାନ ହାରଜ ହୋଇନଥିଲେ। ଏଥିପାଇଁ ତାଙ୍କର ଓକିଲ କ୍ଷମା ମାଗିଥିଲେ। କିନ୍ତୁ କୋର୍ଟ ଏହା ଉପରେ ଗଭୀର ଅସନ୍ତୋଷ ପ୍ରକଟ କରିଥିଲେ। କୋର୍ଟ ତାଗିଦ୍ କରି କହିଛନ୍ତି ଯେ ସଲମାନ କଣ ପାଇଁ ହାଜର ହେଲେ ନାହିଁ ? ପରବର୍ତ୍ତୀ ସମୟରେ ସଲମାନଙ୍କୁ କୋର୍ଟରେ  ହାଜର କରାନ୍ତୁ ନଚେତ୍ ଜାମିନ ଖାରଜ କରି ଦିଆଯିବ। ଏହି ମାମଲାରେ ସିଜେଏମ ଗ୍ରାମୀଣ କୋର୍ଟରେ ସଲମାନଙ୍କୁ ୫ ବର୍ଷର ଜେଲ ସଜା ଶୁଣାଇଥିଲେ। ଏହା ଉପରେ ସଲମାନଙ୍କ ଅପିଲ କ୍ରମେ ଜିଲ୍ଲା ଏବଂ ସେସନ ନ୍ୟାୟାଳୟ ଯୋଧପୁରରେ ଶୁଣାଣି ଜାରି ରହିଛି।

ସମ୍ବା ସମୟ ଧରି ଅନୁପସ୍ଥିତ ରହୁଛନ୍ତି ସଲମାନ

ଗତ ଶୁଣାଣିରେ ଡିଜେ ଗ୍ରାମୀଣ  କୋର୍ଟ ସଲମାନଙ୍କ ଓକିଲଙ୍କୁ କହିଥିଲେ ଯେ, ଲମ୍ବା ସମୟ ଧରି  ସଲମାନ କୋର୍ଟରେ ହାଜର ହେଉ ନାହାନ୍ତି। ଭଲ ହେବ ତାଙ୍କୁ କୋର୍ଟରେ ହାଜର କରାନ୍ତୁ। ମାତ୍ର ସଲମାନଙ୍କ ଓକିଲ ନିଶାନ୍ତ ବେଡା ଗୁରୁବାର ପୁଣି ଥରେ କୋର୍ଟରେ ସଲମାନ ହାଜର ନହୋଇଥିବା ନେଇ କ୍ଷମା ପ୍ରାର୍ଥନା କରିଥିଲେ।

ଦୁଇ ଦଶନ୍ଧି ଧରି ସଲମାନଙ୍କ ବିରୋଧରେ ଚାଲିଛି ମୋକଦ୍ଦମା

ସଲମାନଙ୍କ ବିରୋଧରେ ଯୋଧପୁରର ବିଭିନ୍ନ କୋର୍ଟରେ ଗତ ଦୁଇ ଦଶନ୍ଧିରୁ ଅନେକ ମାମଲା ଚାଲିଛି। ସଲମାନଙ୍କ ଗତ ୨୦ ବର୍ଷ ରେକର୍ଡକୁ ଦେଖିଲା ଜଣା ପଡେ ଯେ, ଯେବେ ବି କୋର୍ଟ ତାଙ୍କୁ ହାଜର ହେବାକୁ କହିଛନ୍ତି, ସଲମାନ ନିର୍ଦ୍ଧାରିତ ସମୟରେ ହାଜର ହେଉଥିଲେ।  ମାତ୍ର କେଇ ମାସ ହେବ ସେ କୋର୍ଟରେ ହାଜର ହେଉ ନାହାନ୍ତି। ଫଳରେ କୋର୍ଟକୁ ଆଜି ତାଗିଦ୍ କରିବାକୁ ପଡିଛି। 

Subscribe

National International State Sports Entertainment