BiggBoss -13 : ସୋ’ ଉପରେ ସରକାରଙ୍କ କଡା ନଜର, କଣ୍ଟେଣ୍ଟ ଉପରେ ମାଗିଲେ ରିପୋର୍ଟ
Khabar Odisha:National-news-Information--Broadcasting-Ministry-Asks-For-Report-On-What-Is-Being-Shown-On-Bigg-Boss-13
ନୂଆଦିଲ୍ଲୀ,ଅକ୍ଟୋବର ୧୨ (ଖବର ଓଡ଼ିଶା):

“ବିଗ ବସ-13”କୁ ନେଇ ଆରମ୍ଭ ହୋଇଥିବା ବିବାଦ ଶେଷ ହେବାର ନାଁ ନେଉନାହିଁ । ଯେଉଁ ନୂଆ ଟୁଇଷ୍ଟ ଏବଂ ଥିମକୁ ମାଧ୍ୟମ କରି ନିର୍ମାତାମାନେ ସୋ’ର ଟିଆରପି ବଢାଇବା ବିଷୟରେ ଚିନ୍ତା କରୁଥିଲେ, ଏବେ ତାହ ସୋ’ ଉପରେ ଭାରି ପଡୁଥିବା ଦେଖିବାକୁ ମିଳୁଛି । କରଣୀ ସେନା ଏହି ସୋ’କୁ ବନ୍ଦ କରିବାକୁ ବାଦି କରିଥିବା ବେଳେ ଏବେ ସୋସିଆଲ ମିଡିଆରେ ମଧ୍ୟ ଏହି ସୋ’ର ବିରୋଧ ଆରମ୍ଭ ହୋଇଛି । 

ନିକଟରେ ଏପରି ଖବର ଆସିଥିଲା, ଯେଉଁଥିରେ କୁହାଯାଇଥିଲା ଯେ ସୋ’ ଉପରେ ବ୍ୟାନର ବିପଦ ଘନେଇବାରେ ଲାଗିଛି ଏବଂ ସରକାର ବିଗ ବସ-13 ଉପରେ କଡା ନଜର ରଖିଛନ୍ତି । କିନ୍ତୁ ଏଏନଆଇ ଅନୁସାରେ, ଯେତେବେଳ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଏହି ସୋ’କୁ ବ୍ୟାନ କରିବା ନେଇ କୌଣସି ଅର୍ଡର ପାସ କରାଯାଇଛି ପ୍ରଶ୍ନ କରାଯାଇଥିଲା, ସେ ଏହାର ଜବାବରେ କହିଥିଲେ ଯେ, “ ମୁଁ ମନ୍ତ୍ରାଳୟର ଅଧିକାରୀମାନଙ୍କୁ ଏହି ସୋ’ରେ ପ୍ରସାରିତ ହୋଇଥିବା କଣ୍ଟେଣ୍ଟ ଉପରେ ରିପୋର୍ଟ ମାଗିଛି । ଚଳିତ ସପ୍ତାହରେ ଏହା ଉପରେ ଆମକୁ ରିପୋର୍ଟ ମିଳିବ" । 

ଉଲ୍ଲେଖଯୋଗ୍ୟ ଯେ ଚଳିତ ଥର "ବିଗ ବସ-13"ରେ ପୁରୁଷ ଏବଂ ମହିଳା ପ୍ରତିଦ୍ୱିନ୍ଦ୍ୱୀମାନଙ୍କୁ ଗୋଟିଏ ପଲଙ୍କ ସେୟାର କରିବାକୁ କୁହାଯାଇଥିଲା, ଯାହା ଉପରେ ଦର୍ଶକ ଆପତ୍ତି ଉଠାଇଥିଲେ । ଏବଂ ଏହାଦ୍ୱାରା ଅଶ୍ଲିଲତା ପ୍ରଚାର ହେଉଥିବା ଅଭିଯୋଗ କରିଥିଲେ । ଏହି ସୋ’କୁ ନେଇ ଟ୍ୱିଟରରେ #BanBiggBoss ଟ୍ରେଣ୍ଡ ହେବାରେ ଲାଗିଛି । ଅନ୍ୟପଟେ କରଣୀ ସେନା ସହ ବ୍ୟବସାୟୀ ସଂଗଠନ ଲିଖିତ ଭାବେ ବିଗ ବିସ-13କୁ ବ୍ୟାନ କରିବାକୁ ଦାବି କରିଥିଲେ । ସୋସିଆଲ ମିଡିଆରେ ୟୁଜର୍ସମାନେ ପ୍ରତିଦ୍ୱିନ୍ଦୀଙ୍କୁ ଦିଆଯାଉଥିବା ଟାକ୍ସ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । 

Subscribe

National International State Sports Entertainment