ଡ୍ରଗ୍ସ ମାମଲାରେ ସୁଶାନ୍ତ ସିଂଙ୍କ ଘନିଷ୍ଠ ବନ୍ଧୁ କୁନାଲ ଜାନୀଙ୍କୁ ଗିରଫ କଲା ଏନ୍‌ସିବି
Khabar Odisha:NCB-arrested-Sushant-Singhs-close-friend-Kunal-Jani-in-drug-case
ମୁମ୍ବାଇ, ସେପ୍ଟେମ୍ବର ୩୦(ଖବର ଓଡିଶା):

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଥିବା ଡ୍ରଗ୍ସ ମାମଲାରେ ଦୀର୍ଘ ଦିନ ଧରି ତଦନ୍ତ ଚାଳିଛି । ଅଭିନେତାଙ୍କ ବନ୍ଧୁ ଏବଂ ମୁମ୍ବାଇର ଖାର ଅଞ୍ଚଳର ହୋଟେଲ ବ୍ୟବସାୟୀ କୁନାଲ ଜାନୀଙ୍କୁ ଆଜି ନାର୍କୋଟିକ୍ସ କଣ୍ଟ୍ରେ।ଲ ବ୍ୟୁରୋ ଗିରଫ କରିଛି । 

ଏନସିବି ଦୀର୍ଘ ସମୟ ଧରି କୁନାଲ ଜାନୀଙ୍କୁ ଖୋଜୁଥିଲା । ଡ୍ରଗ୍ସ ମାମଲାରେ ଏନସିବି ହୋଟେଲ ବ୍ୟବସାୟୀ କୁନାଲ ଜାନୀଙ୍କୁ ମୁମ୍ବାଇର ଖାର ଅଞ୍ଚଳରୁ ଗିରଫ କରିଛି । କୁନାଲ ଜାନି ସୁଶାନ୍ତଙ୍କ ଘନିଷ୍ଠ ବନ୍ଧୁମାନଙ୍କ ମଧ୍ୟରୁ ଜଣେ ଥିଲେ । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ କୁନାଲ ଜାନି କେଉଁଆଡେ ଫେରାର ହୋଇଯାଇଥିଲେ । 

ଅଭିନେତାଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଥିବା ଡ୍ରଗ୍ସ ମାମଲାରେ ଏନସିବି କୁନାଲ ଜାନୀଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା । ସୁଶାନ୍ତଙ୍କ ମୃତ୍ୟୁ ପରେ ତିନି ବଡ ଏଜେନ୍ସି ସିବିଆଇ, ଏନସିବି ଏବଂ ଇଡି ଏହି ମାମଲାର ଯାଞ୍ଚ କରୁଥିଲେ । ଯାଞ୍ଚ ସମୟରେ ହିଁ ଏନସିବି ବଲିଉଡ ଡ୍ରଗ୍ସ ଆଙ୍ଗେଲ ପଦାକୁ ଆଣିଥିଲା । ଯାହାପରେ ଦୀପିକା, ରକୁଲ ପ୍ରୀତ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନଙ୍କ ଏହି ମାମଲାରେ ପଚରାଉଚରା କରାଯାଇଥିଲା ।

  • Tags:

Subscribe

National International State Sports Entertainment