ଦିର୍ଘଦିନର ବନ୍ଧୁ ସୁରଜଙ୍କୁ ବିବାହ କଲେ ଟିଭି ଦୁନିଆର ସୁନ୍ଦରୀ ମୋନି ରୟ
Khabar Odisha:Mouni-Roy-Marriage-Mouni-Roy-becomes-bride-first-pictures-with-husband-from-wedding-mandap-go-viral

ଗୋଆ, ଜାନୁଆରୀ ୨୭(ଖବର ଓଡ଼ିଶା): ଟିଭି ଦୁନିଆର ଅନ୍ୟତମ ସୁନ୍ଦରୀ ମୋନି ରୟ ଦିର୍ଘଦିନର ବନ୍ଧୁ ସୁରଜଙ୍କୁ ବିବାହ କରିଛନ୍ତି । ବିବାହ ପରେ ମୋନିଙ୍କ ବିବାହ ସମୟର ଫଟୋ ସାମ୍ନାକୁ ଆସିଛି । ବିବାହ ସମୟରେ ମୋନି ଜଣେ ବେଙ୍ଗଲି ବୋହୁ ବେଶରେ ସଜାଇ ହୋଇଥିଲେ । ମୋନି ନିଜ ବିବାହ ସମୟରେ ଗୋଟିଏ ନୂଆ ବହୁପରି ଖୁବ୍ ସୁନ୍ଦର ଦେଖାଯାଉଥିଲେ । ଏକ ଘନିଷ୍ଠ ସମାରୋହରେ ମୋନି ଏବଂ ସୁରଜ ନିଜ ପରିବାର ଏବଂ ସାଙ୍ଗମାନଙ୍କ ଉପସ୍ଥିତିରେ ବିବାହ କରିଛନ୍ତି। 

ଇଣ୍ଟରନେଟରେ ତାଙ୍କ ହୃଦୟସ୍ପର୍ଶୀ ମେହେନ୍ଦି ଏବଂ ହାଲଡି ସମାରୋହର ଭାଇରାଲ ହେବା ପରେ ଏବେ ବିବାହ ସମୟର ଫଟୋ ଦେଖିବାକୁ ମିଳିଛି । ଏହା ପରେ ମୋନିଙ୍କୁ ପ୍ରଶଂସକ, ବନ୍ଧୁ ଏବଂ ସାଥୀ ଶିଳ୍ପ ସଦସ୍ୟମାନେ ଅଭିନନ୍ଦନ ବାର୍ତ୍ତାର ସୁଅ ଛୁଟିଛି ।

  • Tags:

Subscribe

National International State Sports Entertainment