ମୁମ୍ବାଇ, ଏପ୍ରିଲ 1 (ଖବର ଓଡିଶା) :
ରକ୍ତ କର୍କଟ ରୋଗରେ ପୀଡିତ ବିଜେପି ସାଂସଦ ତଥା ଭେଟେରାନ୍ ଅଭିନେତ୍ରୀ କିରନ୍ ଖେର । ଯାହାଫଳରେ ତାଙ୍କର ଚିକିତ୍ସା ମୁମ୍ବାଇ କରବା ହସ୍ପିଟାଲରେ ଚାଲିଛି । ଅଭିନେତ୍ରୀ କିରନ୍ ଖେର ଏକାଧିକ ମାଇଲୋମା ରୋଗରେ ମଧ୍ୟରେ ପୀଡିତ । ଗତ ଏକ ବର୍ଷ ହେଲା ସେ ଏହି ରୋଗର ଚିକିତ୍ସା ଆରମ୍ଭ କରିଛନ୍ତି । ଏବେ ସେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ତାଙ୍କ ଦଳର ସହକର୍ମୀ ଅରୁଣ ସୁଦ ।
ସୂଚନା ଅନୁସାରେ, ଗତବର୍ଷ ନଭେମ୍ବର ୧୧ରେ କିରଣଙ୍କ ହାତରେ ଗଭୀର ଆଘାତ ଲାଗିଥିଲା । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ତାଙ୍କର ଏକାଧିକ ମାଇଲୋମାର ଲକ୍ଷଣ ଥିବା ଜଣାପଡିଲା ।