ପରଦାକୁ ଆସିଲା ହିନ୍ଦୀ ଚଳଚ୍ଚିତ୍ର ସାଇନା
Khabar Odisha:Hindi-film-Saina-releases-in-theater-today
ନୂଆଦିଲ୍ଲୀ, ମାର୍ଚ୍ଚ 26(ଖବର ଓଡ଼ିଶା):

ଆଜି ପ୍ରେକ୍ଷାଳୟରେ ମୁକ୍ତି ଲାଭ କରିଛି ହିନ୍ଦୀ ଚଳଚ୍ଚିତ୍ର 'ସାଇନା' । ଦୀର୍ଘ ଦିନର ପ୍ରତୀକ୍ଷା ପରେ ହଲକୁ ଆସିଛି ଏହି ଫିଲ୍ମ । ଭାରତୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ଜୀବନୀ ଉପରେ ଏହି ଚଳଚିତ୍ର ପର୍ଯ୍ୟବେଷିତ । ଏହି ଚଳଚ୍ଚିତ୍ରରେ ସାଇନାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ପରୀଣତି ଚୋପ୍ରା । ଏହି ଭୂମିକାରେ ଅଭିନୟ କରି ପରିଣୀତି ଏବେ ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି । ଅନ୍ୟାନ୍ୟ ଅଭିନେତାଙ୍କ ମଧ୍ୟରେ ମାନଭ କୌଲ ଚଳଚ୍ଚିତ୍ରରେ ପୁଲେଲା ଗୋପିଚାନ୍ଦ ଚରିତ୍ରରେ ଅଭିନୟ କରିଛନ୍ତି । ଏହାର ନିର୍ଦ୍ଦେଶନା ଅମୋଲେ ଗୁପ୍ତେ ଦେଇଛନ୍ତି । ଫିଲ୍ମକୁ ଦେଖି ସାରିଥିବା ଦର୍ଶକ ଏହି ଫିଲ୍ମକୁ ଚମତ୍କାର ବୋଲି କହିବା ସହ ଭିନ୍ନ ଧରଣର ବୋଲି କହିଛନ୍ତି ।

  • Tags:

Subscribe

National International State Sports Entertainment