ବରୁଣ ଧାୱନଙ୍କ ଗାର୍ଲଫ୍ରେଣ୍ଡକୁ ଜୀବନରୁ ମାରିଦେବାକୁ ଧମକ୍, ପୁଲିସ ଷ୍ଟେସନରେ ଅଭିଯୋଗ ଦେଲେ ବରୁଣ
Khabar Odisha:Entertainment-bollywood-odisha-varun-dhawans-fan-threatens-to-kill-his-girlfriend-natasha-dalal
ମୁମ୍ୱାଇ, ଏପ୍ରିଲ ୦୭(ଖବର ଓଡିଶା):

ଅଭିନେତା ବରୁଣ ଧାୱନଙ୍କ ଗାର୍ଲଫ୍ରେଣ୍ଡ ନତାଶା ଦଲାଲାଙ୍କୁ ଜୀବନରୁ ମାରୁଦେବାକୁ ଧମକ୍ ମିଳିଛି । ବରୁଣ ଧାୱନ ଏ ନେଇ ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଜଣେ ମହିଳା କିଛିଦିନ ପୂର୍ବରୁ ନତାଶା ଦଲାଲଙ୍କ ପିଛାକରୁଥିଲେ । 

ମିଡିଆ ରିପୋର୍ଟ ଅନୁଯାୟୀ, ବରୁଣ ଧାୱନଙ୍କ ସିକ୍ୟୁରିଟି ଟିମ ସୂଚନା ଦେଇଛି କି ଜଣେ ମହିଳା ଫ୍ୟାନ ବହୁତ ସମୟ ଧରି ତାଙ୍କୁ ଅପେକ୍ଷା କରିଥିଲେ । ସିକ୍ୟୁରିଟି ଟିମ ଅନୁଯାୟୀ, ଏଭଳି ପରିସ୍ଥିତି ଅନେକ ଥର ଆସିଛି କି ଫ୍ୟାନମାନେ ଅନେକ ସମୟ ଧରି ଅପେକ୍ଷା କରି ରହିଥାନ୍ତି । କିନ୍ତୁ ଏହି ଘଟଣାରେ ଆଶ୍ଚର‌୍ୟ୍ୟର କଥା ହେଉଛି କି ଏହି ଫ୍ୟାନ ଜଣକ ସେହି ସ୍ଥାନ ଛାଡିବା ପାଇଁ ସିକ୍ୟୁରିଟି ଟିମକୁ ମନା କରିବା ସହିତ ବହୁତ ସମୟଧରି ଯୁକ୍ତି ମଧ୍ୟ ଲାଗିଥିଲା । 

ଧାୱନ ଦିନ ତମାମ କାର‌୍ୟ୍ୟରେ ବ୍ୟସ୍ତ ଥିବାରୁ ସେ ଆରାମ କରିବାକୁ ଚାହୁଁଥିଲେ, ଏହି କାରଣରୁ ସେହି ମହିଳା ଫ୍ୟାନଙ୍କୁ ଏତେ ସମୟ ଅପେକ୍ଷା କରିବାକୁ ପଡିଥିଲା । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଫ୍ୟାନ ଜଣକ ପ୍ରତମେ ନିଜକୁ ଆଘାତ କରିବାକୁ ଚେଷ୍ଟା କରିଥିଲା, ତା ପରେ ଧାୱନଙ୍କୁ ଦେଖାକରିବା ପାଇଁ  ନ ଦେବାରୁ ସେ ସିକ୍ୟୁରିଟି ଟିମ ଉପରେ ଆକ୍ରମକ ହୋଇଉଠିଥିଲେ । ଏହି ଭିତରେ ମହିଳା ଜଣକ ବରୁଣ ଧାୱନଙ୍କ ଗାର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ଜୀବନରୁ ମାରିଦେବାକୁ ଧମକି ମଧ୍ୟ ଦେଇଥିଲେ । ମହିଳା ଫ୍ୟାନ ଜଣକ କହିଥିଲେ କି, ମୁଁ ନତାଶାକୁ ମାରିଦେବି । 

ମହିଳା ଫ୍ୟାନ ଜଣକ ସେଠାରେ ପାଖାପାଖି ୪୫ ମିନିଟ୍ ଉପସ୍ଥିତ ରହିଲେ, ତାପରେ ସିକ୍ୟୁରିଟି ପୁଲିକୁ ଫୋନ କରିଥିଲେ ଏବଂ ଶନିବାର ଦିନ ସାଣ୍ଟା କ୍ରୁଜ ପୁଲିସ ଷ୍ଟେସନରେ ଅଭିଯୋଗ କରାଯାଇଛି । ରିପୋର୍ଟ ଅନୁଯାୟୀ ସାଣ୍ଟା କ୍ରୁଜ ପୁଲିସ ଷ୍ଟେସନ କହିଛି କି, ଯଦି ବରୁଣ ଧାୱନ ନିଜର ବୟାନ ଦିଅନ୍ତି ତେବେ ଏଫ୍‌ଆଇଆର ରୁଜୁ କରାଯିବ, ବର୍ତ୍ତମାନ ସୁଦ୍ଧା ଏ ନେଇ ଅଭିଯୋଗ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ମହିଳା ଫ୍ୟାନ ଜଣକ ଜଣେ ଓକିଲ । 

Subscribe

National International State Sports Entertainment