ଗୋଟିଏ ପରଦାରେ ନଜରକୁ ଆସିବେ ସଲମାନ ଓ ଶାହରୁଖ
Khabar Odisha:Entertainment-bollywood-odisha-salman-khan-and-shahrukh-khan-work-in-movie
ମୁମ୍ବାଇ, ମାର୍ଚ୍ଚ ୧୪(ଖବର ଓଡ଼ିଶା):

 ବଲିଉଡ଼ ତାରକା ସଲମାନ ଖାନ ଓ ଶାହରୁଖ ଖାନଙ୍କ ଫିଲ୍ମ ସୁପରହିଟ ହୋଇଥାଏ । ଦୁହିଁଙ୍କ ସିନେମା ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥାଏ । ଏହି ଦୁଇ ତାରକା ଏକ ସିନେମାରେ କାମ କରିବା ଦ୍ୱାରା ଫିଲ୍ମଟି ସୁପରହିଟ ହେବ ବୋଲି ଆଶା ରହିଛି । କାରଣ ବଲିଉଡ଼ ଜଗତର ଏହି  ଦୁଇ ଜଣଙ୍କୁ ଦର୍ଶକ ଦେଖିବାକୁ ଅଧିକ ଇଚ୍ଛା ପ୍ରକାଶ କରିଥାନ୍ତି ।

ନିକଟରେ ଖବର ଆସିଛି ଯେ ସିନେମା ପ୍ରଡ଼୍ୟୁସର ସଂଜୟ ଲୀଲା ଭଂସାଳୀଙ୍କ ଆଗାମୀ ଲଭ ଷ୍ଟୋରୀ ସିନେମାରେ ସଲମାନ ଖାନ ଓ ଶାହରୁଖ ଖାନଙ୍କ ଯୋଡ଼ି ଦେଖିବାକୁ ମିଳିବ । ବର୍ତ୍ତମାନ ସୁଦ୍ଧା ଏହା ଅଫିସିଆଲି ଘୋଷଣା ହୋଇନାହିଁ । କିନ୍ତୁ ସଲମାନ ଖାନ ଓ ଶାହରୁଖ ଖାନଙ୍କ ଯୋଡ଼ିକୁ ସଂଜୟ ଲୀଲା ଭଂସାଳୀ ଗୋଟିଏ ନୁହେଁ ତିନୋଟି ପ୍ରେଜେକ୍ଟରେ କାମ କରିବାକୁ ଯାଉଛନ୍ତି । ଏହି ସିନେମା ପରେ ଏହି ଯୋଡ଼ି ସହ ‘ବୈଜୁ ବାବରା’ର ରିମେକ କରିବାକୁ ଚାହୁଁଛନ୍ତି । ଏହି ସିନେମାରେ ସଲମାନ ଖାନ ଓ ଶାହରୁଖ ଖାନ ଗୋଟିଏ ପରଦାରେ ନଜରକୁ ଆସିବେ । ୧୯୫୨ରେ ରିଲିଜ ହୋଇଥିବା ‘ମୀନା କୁମାରୀ ଷ୍ଟାରକଲ୍ଟ ବୈଜୁ ବାବରାର ରିମେକ ହେବ ।  

Subscribe

National International State Sports Entertainment