JIO Cinemaରେ ଦେଖିପାରିବେ ପିଏମ୍ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ମିତ ଫିଲ୍ମ !
Khabar Odisha:Entertainment-bollywood-odisha-pm-narendra-modi-biopic-ban-but-modi-journey-of-a-common-man-is-available-on-jio-cinema-app
ମୁମ୍ୱାଇ, ଏପ୍ରିଲ ୧୦(ଖବର ଓଡିଶା):

ବିବେକ ଓବରାଏଙ୍କ ଅଭିନିତ ବାୟୋପିକ “ପିଏମ ନରେନ୍ଦ୍ର ମୋଦି” ଉପରେ ନିର୍ବାଚନ ଆୟୋଗ ରୋକ ଲଗାଇଛନ୍ତି । ନିକଟରେ ସୁପ୍ରିମ କୋର୍ଟ ଏହି ଫିଲ୍ମ ଉପରେ ରୋକ ଲଗାଇବାକୁ ମନା କରିବା ସହିତ କହିଥିଲେ କି ନିର୍ବାଚନ ଆୟୋଗଙ୍କୁ ଏହା ନିଷ୍ପତ୍ତି ନେବାକୁ ହେବ କି ଏହି ଫିଲ୍ମ ଆଚାର ସଂହିତାର ଉଲଂଘନ କରୁଛି କି ନାହିଁ । ଏହାପରେ ଏବେ ନିର୍ବାଚନ ଆୟୋଗ ଫିଲ୍ମକୁ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛି । ଏହି ରୋକ ନିର୍ବାଚନ ଶେଷ ହେବା ପର‌୍ୟ୍ୟନ୍ତ ରହିବ, ନିର୍ବାଚନ ଶେଷ ହେବା ପରେ ଫିଲ୍ମକୁ ରିଲିଜ ଡେଟ୍ ମିଳିପାରେ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନକୁ ଜାଣିବା ପାଇଁ ଯେଉଁମାନେ ଇଚ୍ଛାରଖିଥିଲେ ସେମାନଙ୍କୁ ଏଥିପାଇଁ କିଛି ଦିନ ଅପେକ୍ଷା କରିବାକୁ ପଡିବ, କିନ୍ତୁ ଡିଜିଟାଲ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ତିଆରି ହୋଇଥିବା ସିରିଜ “ମୋଦି: ଜର୍ଣ୍ଣି ଅଫ୍ ଏ କମନ ମ୍ୟାନ”କୁ ଏବେ ଦେଖି ପାରିବେ । ଏହି ସିରିଜ JIO Cinemaରେ ମହଜୁଦ ରହିଛି । ମିଳିଥିବା ସୂଚନା ଅନୁଯାୟୀ ଏହି ସିରିଜ ଉପରେ କୌଣସି ପ୍ରକାର ରୋକ ଲଗାଯାଇନାହିଁ । 

ଦେଖନ୍ତୁ ଟ୍ରେଲର -

Subscribe

National International State Sports Entertainment