ମରଜାୱା ଫିଲ୍ମର ରୋମାଣ୍ଟିକ ଗୀତ ରିଲିଜ, ଗୋଟିଏ ଦିନରେ ଶୁଣିଲେ ୭୦ଲକ୍ଷ ଶ୍ରୋତା
Khabar Odisha:Entertainment-bollywood-odisha-marjaavaan-song-thodi-jagah-viral-as-tum-hi-aana-arijit-singh-wins-heart-
ମୁମ୍ବାଇ, ଅକ୍ଟୋବର ୨୦(ଖବର ଓଡ଼ିଶା):

ଫିଲ୍ମ ମରଜାୱାର ଆଉ ଏକ ରୋମାଣ୍ଟିକ ଗୀତ ଟ୍ରେଲର ରିଲିଜ ହୋଇଛି ।  ଫିଲ୍ମ ମରଜାୱାର ଟ୍ରେଲର ଯଦିଓ ଦର୍ଶକଙ୍କ ଉପରେ ବିଶେଷ ପ୍ରଭାବ ପକାଇ ପାରି ନାହିଁ କିନ୍ତୁ ଏହି ରୋମାଣ୍ଟିକ ଗୀତ ରିଲିଜ ହେଉ ହେଉ ସମସ୍ତଙ୍କ ପ୍ଲେ ଲିଷ୍ଟରେ ନିଜ ଜାଗା ବନାଇଛି । 

ମରଜାୱା ଫିଲ୍ମର ରିଲିଜ ହୋଇଥିବା ସମସ୍ତ ଗୀତ ଦର୍ଶକଙ୍କ ମନ କିଣିନେଇଛି । ଏହି ଫିଲ୍ମର ନୂଆ ଗୀତ ‘ଥୋଡ଼ି ଜଗହ’ ଶୁକ୍ରବାର ଦିନ ରିଲିଜ ହୋଇଛି । ରିଲିଜ ହେବାର ଦିନକ ମଧ୍ୟରେ ଏହାକୁ ୭୦ଲକ୍ଷ ଶ୍ରୋତା ଶୁଣିଛନ୍ତି ।  ଅରଜିତଙ୍କ ସୁରିଲା କଣ୍ଠ ସହ ତାନିଷ୍କ ବାଗଚୀଙ୍କ ଏହି ଗୀତ ଧମାଲ କରିଛି । ଏହି ମରଜାୱା ଫିଲ୍ମର ତୁମହି ଆନା ଗୀତ ଲୋକଙ୍କ କଲର ଟ୍ୟୁନ, ରିଙ୍ଗ ଟୋନରେ ସାମିଲ ହୋଇଛି । ଏହି ଫିଲ୍ମର ରିଲିଜ ହୋଇଥିବା ରୋମାଣ୍ଟିକ ଟ୍ରାକକୁ ମଧ୍ୟ ଭଲ ରିଭ୍ୟୁ ମିଳିଛି ।

  • Tags:

Subscribe

National International State Sports Entertainment