ବକ୍ସଅଫିସରେ ଏଥର ମଙ୍ଗଲ କା ଦଙ୍ଗଲରେ ତିନୋଟି ଫିଲ୍ମ ଚର୍ଚ୍ଚାରେ, ଜାଣନ୍ତୁ କିଏ କାହାକୁ ଦେଉଛି ମାତ୍
Khabar Odisha:Entertainment-bollywood-odisha-mangal-ka-dangal-vicky-kaushal-uri-beats-kangana-ranaut-manikarnika-nawazuddin-siddiqui-thackeray
ମୁମ୍ବାଇ ,ଜାନୁଆରୀ ୨୯(ଖବର ଓଡ଼ିଶା):

 ବଲିଉଡ଼ରେ ଚାଲିଥିବା ମଙ୍ଗଲ କା ଦଙ୍ଗଲରେ ଏଥର ଦେଖିବା ଚର୍ଚ୍ଚାରେ ରହିଥିବା ତିନୋଟି ସିନେମା ବିଷୟରେ । କଙ୍ଗନା ରଣାୱତଙ୍କ ସିନେମା “ ମଣିକର୍ଣ୍ଣିକା : ଦ କୁଇନ ଅଫ ଝାନ୍ସି” । ଏହି ସିନେମାଟି ଝାନ୍ସି କି ରାନୀ ଲକ୍ଷ୍ମୀବାଇଙ୍କ ଜୀବନୀ ଉପରେ ଆଧାରିତ । କଙ୍ଗନା ରଣାୱତ ଲକ୍ଷ୍ମୀବାଇ ଭୂମିକାରେ ଅଭିନୟ କରିଛନ୍ତି । ଏହା ସହ ବିବେକ କୋଶଳଙ୍କ ‘ଉରି - ଦ ସର୍ଜିକାଲ ଷ୍ଟ୍ରାଇକ’ ଓ ନଓ୍ଵାଜୁଦ୍ଦୀନ ସିଦ୍ଦିକଙ୍କ ‘ଠାକରେ’  । ବକ୍ସ ଅପିସରେ କେଉଁ ସିନେମାଟି କେତେ ଆୟ କରିବାରେ ସଫଳ ହୋଇଛି ।

ଫିଲ୍ମି ଫ୍ରାଇଡ଼େରେ ରିଲିଜ ହୋଇଥିଲା “ ମଣିକର୍ଣ୍ଣିକା : ଦ କୁଇନ ଅଫ ଝାନ୍ସି” । ଏହି ସିନେମାଟି ଆରମ୍ଭରୁ ବିବାଦ ଘେରରେ ରହିଆସିଛି । ପ୍ରଥମ ଦିନର ଓପନିଙ୍ଗରେ “ ମଣିକର୍ଣ୍ଣିକା : ଦ କୁଇନ ଅଫ ଝାନ୍ସି” ୧୨ରୁ ୧୩ କୋଟି ଆୟ କରିବ ବୋଲି ଆଶା କରାଯାଇଥିବା ବେଳେ ଏପରି ହୋଇନଥିଲା  । କିନ୍ତୁ ପରେ ପରେ ଏହି ୱକେଣ୍ଡରେ ଏହି ସିନେମାଟି ଭଲ ପ୍ରଦର୍ଶନ କରିବା ସହ ଆୟ କରିଛି । ଏହି ସିନେମାରେ କଙ୍ଗନାଙ୍କୁ ଏହି ଭୂମିକା ସୁଟ କରୁନଥିବା ସାଧାରଣ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିବା ସୂଚନା ମିଳିଛି । ଶନିବାର ତୁଳନାରେ ରବିବାର ଦିନ ଆୟ କମ ହୋଇଛି । କଙ୍ଗନାଙ୍କ ଏହା ହାଇଏଷ୍ଟ ୱିକେଣ୍ଡ ସିନେମା ଭାବେ ପରିଗଣିତ ହୋଇଛି ।

ଏହି ଶୁକ୍ରବାର ବଲିଉଡରେ  ରିଲିଜ ହୋଇଥିବା ସିନେମା ‘ ମଣିକର୍ଣ୍ଣିକା’ ପ୍ରଥମ ଦିନରେ ଓପନିଙ୍ଗରେ ନଅରୁ ୧୦ କୋଟି ଆୟ କରିପାରିଥିଲା । ଏହି ଫିଲ୍ମଟି ଦିଲ୍ଲୀ ଏନସିଆର ,ୟୁପି ,ପଞ୍ଜାବ ଓ ରାଜସ୍ଥାନରେ ଭଲ ପ୍ରଦର୍ଶନ କରୁଛି । ଏହି ସିନେମାର ବଜେଟ ୧୨୫ କୋଟି ରହିଛି । ଗଣତନ୍ତ୍ର ଦିବସ ଅବସରରେ ଓ ରବିବାର ଛୁଟି ଥିବାରୁ ଫିଲ୍ମଟିର ଆୟ ବୃଦ୍ଧି ହୋଇଥିବା ସୂଚନା ମିଳିଛି । ଏହା ଶୁକ୍ରବାର ଦିନ ୮.୭୫ କୋଟି , ଶନିବାର ଦିନ ୧୮.୧୦ କୋଟି ଓ ରବିବାର ଦିନ ୧୫.୭୦ କୋଟି ଟଙ୍କା ବକ୍ସ ଅଫିସରେ ଆୟ କରିଛି । ବର୍ତ୍ତମାନ ସୁଦ୍ଧା ସିନେମାଟିର ମୋଟ୍  ବ୍ୟବସାୟ ୪୨.୫୫ କୋଟି ହୋଇଛି । ସିନେମାକୁ ପ୍ରାୟ ୩୦୦୦ଟି ସ୍କ୍ରିନରେ ରିଲିଜ କରାଯାଇଥିବା ବେଳେ ବିଦେଶରେ ଏହାକୁ ୭୦୦ଟି ସ୍କ୍ରିନରେ ରିଲିଜ କରାଯାଇଛି । “ ମଣିକର୍ଣ୍ଣିକା : ଦ କୁଇନ ଅଫ ଝାନ୍ସି” ରେ କଙ୍ଗନା ରଣାୱତଙ୍କ ସହ ଅଙ୍କିତା ଲୋଖଣ୍ଡେ ,ସୁରେଶ ଅବରୋଏ ,ଡ଼େନି ,ଜୀଶାନ ଅୟୁବ ଓ ଜୀଶୁ ସେନଗୁପ୍ତା ମୁଖ୍ୟ ଭୂମିକାରେ ରହିଛନ୍ତି ।

ନଓ୍ଵାଜୁଦ୍ଦିନ ସିଦ୍ଦିକଙ୍କ ‘ଠାକରେ’ ସିନେମାଟି ଆଶଙ୍କା କରାଯାଇଥିବା ଠାରୁ ଭଲ ପ୍ରଦର୍ଶନ କରୁଛି । ପ୍ରଥମ ଦିନରେ ଏହା ୬ କୋଟି ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ୧୦ କୋଟି ଟଙ୍କା ଆୟ କରିଛି । ଏହି ସିନେମାଟି ବର୍ତ୍ତମାନ ଯାଏଁ ମୋଟ ୨୨.୯୦ କୋଟି ଟଙ୍କା ଆୟ କରିଛି । ଏହି ଦୁଇଟି ସିନେମାର ଆୟକୁ ଦେଖି ଜଣାଯାଇଛି ଶନିବାର ଅପେକ୍ଷା ରବିବାର ଦିନ ଆୟ କମ ହୋଇଥିଲା ।

ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ‘ଉରି -ଦ ସର୍ଜିକାଲ ଷ୍ଟ୍ରାଇକ ଓପନିଙ୍ଗରେ ଆୟ କରିଥିଲା ବିବେକୀ କୋଶଳଙ୍କ ଏହି ସିନେମା ବର୍ଷ ଆରମ୍ଭରୁ ହିଁ ବ୍ଳକବଷ୍ଟର ସିନେମା ଭାବେ ପରିଚୟ ପାଇସାରିଛି ।“ ମଣିକର୍ଣ୍ଣିକା : ଦ କୁଇନ ଅଫ ଝାନ୍ସି” ଓ ବାଲା ସାହେବ ଠାକରେଙ୍କ ବାୟାପିକ ଫିଲ୍ମ ଠାକ୍ରେ ରିଲିଜ ହେବା ପରେ ମଧ୍ୟ ଉରି ର ଆୟ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୪୨ କୋଟିର କମ ବଜେଟରେ ହୋଇଥିବା ଏହି ସିନେମା ୧୭ଦିନରେ ବକ୍ସ ଅଫିସରେ ୧୫୦ କୋଟି ପାର କରିସାରିଛି । ଅନ୍ୟ ଦୁଇଟି ସିନେମା ବକ୍ସ ଅଫିସରେ ଚାଲିଥିଲେ ସୁଦ୍ଧା ଉରି ବକ୍ସଅଫିସରେ ଭଲ ପ୍ରଦର୍ଶନ କରୁଥିବା ସୂଚନା ମିଳିଛି ।

Subscribe

National International State Sports Entertainment