ଲୁକାଛୁପି ପାର କଲା ୬୭ କୋଟି, ୧୫୦ କୋଟିରୁ କେତେ ଦୂରରେ ଟୋଟାଲ ଧମାଲ ?
Khabar Odisha:Entertainment-bollywood-odisha-luka-chuppi-total-dhamaal-movie-box-office-collection-make-new-record-
ମୁମ୍ବାଇ, ମାର୍ଚ୍ଚ ୧୧ (ଖବର ଓଡିଶା) :

 ବକ୍ସ ଅଫିସରେ ବ୍ୟାକ ଟୁ ବ୍ୟାକ ଦୁଇଟି କମେଡି ଫିଲ୍ମ ରିଲିଜ ହୋଇଛି। ଏହି ଦୁଇଟି ଫିଲ୍ମ ସଂପୂର୍ଣ୍ଣ ଭାବରେ ଦର୍ଶକଙ୍କୁ ହୃଦୟକୁ ଛୁଇଁ ପାରିଛି । ପ୍ରଥମେ ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ମଲ୍ଟି ଷ୍ଟାରର ଫିଲ୍ମ ଟୋଟାଲ ଧମାଲ ରିଲିଜ ହୋଇଥିଲା । ଏହା ପରେ ଲକ୍ଷ୍ମଣ ଏଟେକରଙ୍କ ନିର୍ଦ୍ଦେଶିତ ଫିଲ୍ଲ ଲୁକା ଛୁପି ରିଲିଜ ହୋଇଥିଲା । କାର୍ତିକ ଆର୍ଯ୍ୟନ ଏବଂ କୀର୍ତି ସାନୁନଙ୍କ ଫିଲ୍ମ ଲୁକାଛୁପି ବକ୍ସ ଅଫିସରେ ୬୭.୩୬ କୋଟି ଟଙ୍କା ଆୟ କରିଛି । ଏହି ଫିଲ୍ମ ସୁପରହିଟ୍ ହୋଇଛି । ଏହି ଶୁକ୍ରବାର ରିଲିଜ ହୋଇଥିବା ଫିଲ୍ମ କ୍ୟାପଟେନ ମାର୍ବଲ ଏବଂ ବଦଲା ଫିଲ୍ମ ଠାରୁ ଲୁକାଛୁପି ଅଧିକ ଆୟ କରିଛି ।

ମାର୍ଚ୍ଚ ପହିଲାରେ ଅଭିଷେକ ଚୈବଙ୍କ ନିଦ୍ଦେଶିତ ଫିଲ୍ମ “ବନୀ ସୋନ ଚିଡିଆ”ସହିତ ପିଲ୍ମ “ଲୁକାଛୁପି” ରିଲିଜ ହୋଇଥିଲା । ଲୁକାଛୁପି ପ୍ରଥମ ସପ୍ତାହରେ ୫୩.୭୦ କୋଟି ଆୟ କରିବା ସହ  ଦ୍ୱିତୀୟ ସପ୍ତାହରେ ଶୁକ୍ରବାର ୩.୧୫ କୋଟି ,ଶନିବାର ୫.୨୦ କୋଟି ,ରବିବାର ୫.୩୧ କୋଟି ଆୟ କରଛି। ଭାରତରେ ଲୁକାଛୁପି ରବିବାର ଦିନ ପର୍ଯ୍ୟନ୍ତ ୬୭.୩୬ କୋଟି ଆୟ କରି ସାରିଲାଣି।

ଅଜୟ ଦେବଗନ , ମାଧୁରୀ ଦୀକ୍ଷୀତ ଏବଂ ଅନୀଲ କପୁର ଏହି ଫିଲ୍ମରେ ନଜର ଆସିଥିବା ସିନେମା ଟୋଟାଲ ଧମାଲ  । ଟୋଟାଲ ଧମାଲ ଭାରତରେ ପ୍ରଥମ ସପ୍ତାହରେ ୯୪.୫୫ କୋଟି ,ଦ୍ୱିତୀୟ ସପ୍ତାହରେ ୩୮.୦୫ କୋଟି ଆୟ କରିଛି । ତୃତୀୟ ସପ୍ତାହର ରବିବାର ପଯ୍ୟନ୍ତ ୮.୪୧ କୋଟି ବ୍ୟବସାୟ କରିଛି । ଏହି ଫିଲ୍ମ ତୃତୀୟ ସପ୍ତାହରେ ଶୁକ୍ରବାର ୧.୭୦ କୋଟି ଟଙ୍କା ଓ ଶନିବାର ଦିନ ୨.୭୬ କୋଟି ଟଙ୍କା ଏବଂ ରବିବାର ଦିନ ୩.୯୫ କୋଟି ଟଙ୍କା ଆୟ କରି ୧୪୧ .୦୧ କୋଟି ଆୟ ପାର  କରିଛି । ଲୁକାଛୁପି ଆସିବା ପରେ ଏହି ଫିଲ୍ମ ଉପରେ ପ୍ରଭାବ ପଡ଼ିଛି । ଏହା ସତ୍ୱେ୧୫୦ କୋଟି ଟଙ୍କା ବ୍ୟବସାୟ କରିପାରିବ ଓ ଏଥି ପାଇଁ ଚତୁର୍ଥ ସପ୍ତାହ ପଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ବୋଲି ଆଶା କରାଯାଇଛି ।

Subscribe

National International State Sports Entertainment