ରିଲିଜ ହେଲା ବିଦ୍ୟୁତ ଜାମୱାଲାଙ୍କ JUNGLEE ଫିଲ୍ମର ଟ୍ରେଲର
Khabar Odisha:Entertainment-bollywood-odisha-film-junglee-official-trailer-release-starring-vidyut-jammwal
ମୁମ୍ୱାଇ, ମାର୍ଚ୍ଚ ୦୭(ଖବର ଓଡିଶା):

 ବିଦ୍ୟୁତ ଜାମୱାଲାଙ୍କ ଆଗାମୀ ଫିଲ୍ମ JUNGLEEର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମରେ ବିଦ୍ୟୁତ୍ ଦମଦାର ଆକ୍ସନରେ ନଜର ଆସୁଛନ୍ତି । ଫିଲ୍ମରେ ଦମଦାର ଆକ୍ସନ ସାଙ୍ଗକୁ ମଣିଷ ଓ ପଶୁ ମଧ୍ୟରେ ଥିବା ନିବିଡ ସମ୍ପର୍କକୁ ପରଦାରେ ସୁନ୍ଦରଭାବେ ପରିବେଶଣ କରାଯାଇଛି । 

ଏହି ଫିଲ୍ମ ଏପ୍ରିଲ ୫ ତାରିଖରେ ସିନେମାଘରଗୁଡିକରେ ରିଲିଜ ହେବାକୁ ଯାଉଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରସିଦ୍ଧ ହଲିଉଡ୍ ନିର୍ଦ୍ଦେଶକ ଚକ୍ ରସେଲ । ଫିଲ୍ମର ପ୍ରଯୋଜକ ଦାୟିତ୍ୱରେ ଅଛନ୍ତି ବିନୀତ ଜୈନ । ବିଦ୍ୟୁତ୍‌ଙ୍କ ବ୍ୟତିତ ଫିଲ୍ମରେ ପୁଜା ସାୱନ୍ତ ଓ ଆଶା ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସିବେ । ବିଦ୍ୟୁତ୍ ଫିଲ୍ମରେ ପଶୁମାନଙ୍କର ଡାକ୍ତର ଭୂମିକାରେ ପରଦାକୁ ଆସୁଛନ୍ତି । ଫିଲ୍ମର ଟ୍ରେଲର ମୋଗଲି ଓ ତାର୍‌ଜନକୁ ମନେ ପକାଉଛି । ତେବେ ଏହା ସମ୍ପୂର୍ଣ୍ଣ ଭିନ୍ନ ଧରଣର କାହାଣୀ ଉପରେ ଆଧାରିତ ଅଛି ।  

Subscribe

National International State Sports Entertainment