‘ଦେ ଦେ ପ୍ୟାର ଦେ’ ଫିଲ୍ମ ପରେ ଅଜୟ ଦେବଗାନ ଲଂଚ କରିବେ ନୂଆ ପ୍ରୋଜେକ୍ଟ
Khabar Odisha:Entertainment-bollywood-odisha-actor-ajay-devgan-indian-film-actor-ajay-devgn-to-infuse-600-crore-into-his-multiplex-chain
ମୁମ୍ବାଇ, ମେ ୧୭(ଖବର ଓଡ଼ିଶା):

ବଲିଉଡ଼ ତାରକା ଅଜୟ ଦେବଗାନଙ୍କ ସିନେମା ‘ଦେ ଦେ ପ୍ୟାର ଦେ’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଆଗାମୀ ଦିନରେ ସେ ପୁଣି ଏକ ନୂଆ ପ୍ରୋଜେକ୍ଟ ନେଇ ଆସିବେ ।

 ବଲିଉଡ଼ରେ ଛାଇ ଯାଇଥିବା ଅଭିନେତା ଅଜୟ ଦେବଗାନ ଆସନ୍ତା ମାସରେ ନୂଆ ପ୍ରୋଜେକ୍ଟ ନେଇ  ଆସିବେ । ବର୍ତ୍ତମାନ ଏହି ପ୍ରୋଜେକ୍ଟ ସିନେମାରେ ସେ ଆକ୍ଟିଙ୍ଗ କରୁଥିବା ନୁହେଁ ଭିନ୍ନ ରୂପରେ ଫିଲ୍ମ ଦେଖାଉଥିବା ନଜରକୁ ଆସିବେ ।ଅଜୟ ଦେବଗାନ ନିଜର ଆଗାମୀ ସିନେମା ମଲ୍ଟିପ୍ଳେକ୍ସ ୱେଚର ଏନୱାଇ ଗୁଡ଼ିକରେ ୬୦୦କୋଟି ଟଙ୍କା ନିବେଶ କରିବେ । ନିଜ ପୁଅ ଓ ଝିଅର ନାମର ପ୍ରଥମ ଅକ୍ଷରରେ ସେ ମଲ୍ଟିପ୍ଳେକ୍ସର ନାଁ ରଖିବେ ।ଏହି ସିନେମାର ଚିଫ ଏକଜେକ୍ୟୁଟିଭ  କହିଛନ୍ତି ଯେ ଏହି ଫିଲ୍ମ ଗୁଡ଼ିକ ଟିୟର ୨ଓ ଟିୟର ୩ ସହର ଗୁଡ଼ିକରେ ସ୍କ୍ରିନ ଆରମ୍ଭ କରାଯିବ  କାରଣ ଏହି ସହର ଗୁଡ଼ିକରେ ମଲ୍ଟିପ୍ଲେକ୍ସ କମ ରହିଛି ।

ଅଭିନେତା ଅଜୟ ଦେବଗାନଙ୍କ କହିବାନୁଯାୟୀ , ଉତ୍ତର ଓ ପଶ୍ଚିମ ଭାରତରେ ଅତି କମରେ ୨୫୦ଟି ସ୍କ୍ରିନ ଖୋଲିବାକୁ ଯୋଜନା ରହିଛି । ତାଙ୍କ ପ୍ରଥମ ମଲ୍ଟିପ୍ଲେକ୍ସ ମଧ୍ୟପ୍ରଦେଶରେ ଜୁନ ମାସରେ ଲଂଚ ହେବ ।

  • Tags:

Subscribe

National International State Sports Entertainment