“ଦବଙ୍ଗ ୩” ସୁଟିଙ୍ଗରେ ଶିବଲିଙ୍ଗକୁ ଅପମାନ ଅଭିଯୋଗରେ ସଲମାନ ମାଗିଲେ କ୍ଷମା
Khabar Odisha:Entertainment-bollywood-odisha-Salman-khan-clarify-after-viral-picture-of-shivling-from-dabangg
ମୁମ୍ବାଇ, ଏପ୍ରିଲ ୦୫(ଖବର ଓଡ଼ିଶା) :

ବଲିଉଡ଼ର ସୁପରଷ୍ଟାର ସଲମାନ ଖାନ ବର୍ତ୍ତମାନ “ଦବଙ୍ଗ ୩” ସୁଟିଙ୍ଗକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏପ୍ରିଲ ପହିଲାରୁ ସେ ଏହି ସିନେମାର ସୁଟିଙ୍ଗ ଆରମ୍ଭ କରିଛନ୍ତି । ଶିବଲିଙ୍ଗକୁ ଅପମାନିତ କରିଥିବା ମାମଲାରେ ସଲମାନଙ୍କୁ ଅନେକ ସଫେଇ ଦେବାକୁ ପଡ଼ିଛି ।

ନିକଟରେ ସଲମାନ ଖାନ “ଦବଙ୍ଗ ୩” ସୁଟିଙ୍ଗ ପାଇଁ ମଧ୍ୟପ୍ରଦେଶର ଧାର୍ମିକ ନଗରୀ ମହେଶ୍ୱର ଯାଇଥିଲେ । ସେଠାରେ ଥିବା ଶୈବପୀଠରେ ତାଙ୍କ ସୁଟିଙ୍ଗ ହୋଇଥିଲା । ଦବଙ୍ଗ ୩ର ସୁଟିଙ୍ଗ ସମୟର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ଶିବଲିଙ୍ଗକୁ ଆବରଣ କରିରଖାଯାଇଛି । ଏବଂ ସେଠାରେ ଲୋକେ ନାଚୁଥିବା ଦେଖାଯାଇଥିଲା । ଏହା ପରେ ଦର୍ଶକ ସଲମାନଙ୍କୁ ଟାର୍ଗେଟରେ ନେଇଥିଲେ । କେବଳ ଏତିକି ନୁହେଁ ବିଜେପି ଉପାଧ୍ୟକ୍ଷ ରାମେଶ୍ୱର ଶର୍ମା ମହେଶ୍ୱର ନିକଟରେ ଶିବଲିଙ୍ଗର ଅପମାନକୁ ନେଇ ଏତଲା ଦେବାକୁ ମଧ୍ୟ କହିଥିଲେ । ଏହି ଭିଡ଼ିଓ ଫୋଟ ଦେଖିବା ପରେ ଲୋକମାନେ ସୁଟିଙ୍ଗକୁ ବିରୋଧ ମଧ୍ୟ କରିଥିଲେ । 

କେବଳ ଏତିକି ନୁହେଁ ବିଜେପି ବରିଷ୍ଠ ନେତା ଟ୍ୱିଇଟ କରି କହିଛନ୍ତି ଯେ, ନିଜ ବନ୍ଦେ ମାତାରାମ କହିବାରେ ସଲମାନଙ୍କ ଧର୍ମକୁ କ୍ଷତି ହେଉଛି ଭାବୁଥିବା ଲୋକ ସେ କେମିତି ଭାବିଲେ ୧୨ ଶିବଲିଙ୍ଗ ଉପରେ ଘୋଢାଇ ସେଠାରେ ନାଚଗୀତ କରିବେ । ଏହି ଘଟଣାରେ  ସଲମାନଙ୍କୁ କ୍ଷମା ପ୍ରାର୍ଥନା ପଡ଼ିଲା । ସଲମାନ କହିଛନ୍ତି , ସେ ମଧ୍ୟ ଜଣେ ଶିବଭକ୍ତ । ଲୋକମାନେ ଯଦି ସୁଟିଙ୍ଗ କରିବାକୁ ମନା କରିବେ ତେବେ ସେ ତୁରନ୍ତ ବନ୍ଦ କରି ସେଠାରୁ ପଳାଇବେ । କମଳନାଥଙ୍କ ଆଗ୍ରହରେ ହିଁ ସେ ମହେଶ୍ପରରେ ସୁଟିଙ୍ଗ କରିବାକୁ ମନ ବଳାଇଥିଲେ । ନିଜ ଘର ଭାବି ସେଠାକୁ ଯାଇଥିବା ଏବଂ ମହେଶ୍ୱର ସ୍ଥାନର ନାଁ ପ୍ରଚାର ହେଉ ବୋଲି ସେ ଫୋଟ ଭିଡ଼ିଓ ପୋଷ୍ଟ କରିଥିବା କହିଛନ୍ତି ।

  • Tags:

Subscribe

National International State Sports Entertainment