ବିପଦରେ ଶାହରୁଖ ଖାନଙ୍କ ବାଦଶାହ, ହାତରୁ ଖସିପାରେ ସୁପରହିଟ ସିରିଜ
Khabar Odisha:Entertainment-bollywood-odisha-Ranveer-singh-would-seen-in-shah-rukh-khan-superhit-series-don-film-don-3
ମୁମ୍ବାଇ, ଏପ୍ରିଲ ୦୮(ଖବର ଓଡ଼ିଶା):

ପଦ୍ମାବତ, ଗଲି ବୟ, ଓ ସିମ୍ବା ଭଳି ସୁପରହିଟ ସିନେମାରେ ନିଜ ଅଭିନୟ ଦ୍ୱାରା ଲୋକଙ୍କ ମନ ଜିତି ଥିବା ରଣବିର ସିଂହ ଏବେ ସବୁ ନିର୍ଦ୍ଦେଶକ ପ୍ରଥମ ପ୍ରସନ୍ଦ । ଶାହରୁଖ ଖାନଙ୍କ ସବୁଠାରୁ ସୁପରହିଟ ଓ ପପୁଲାର ଫିଲ୍ମ ସିରିଜ ‘ଡନ’ର ତୃତୀୟ ସିନେମା ବର୍ତ୍ତମାନ ରଣବୀରଙ୍କ ହାତରେ ରହିଛି । 

ବଲିଉଡ଼ ତାରକା ତଥା ‘ଡନ’ ସିରିଜ ଅଭିନେତା ଅମିତାଭ ବଚ୍ଚନଙ୍କ ୧୯୭୮ରେ ସୁପରହିଟ ଫିଲ୍ମ ଡନର ରିମେକ ୨୦୦୬ରେ ପରଦାକୁ ଆସିଥିଲା । ଫରହାନ ଅଖତର ନିର୍ଦ୍ଦେଶିତ ଏହି ସିନେମା ଦର୍ଶକଙ୍କୁ ପସନ୍ଦ ଆସିଥିବାରୁ ସେ ‘ଡନ ୨’ ବି ବନାଇଥିଲେ । ଏହି ଦୁଇଟି ସିନେମାରେ ଶାହାରୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମଦ୍ୱୟର ସଫଳତା ପରେ ‘ଡନ ୩’ ପାଇଁ ବହୁତ ସମୟ ହେବ ପ୍ରୟାସ ଚାଲିଛି । କିଛି ବ୍ୟକ୍ତିଗତ କାରଣ ଦର୍ଶାଇ ଶାହାରୁଖ ଖାନ ‘ଡନ -୩’ ପାଇଁ ମନା କରିଦେଇଥିଲେ । ବର୍ତ୍ତମାନ ସିନେମାର ସ୍କ୍ରିଫ୍ଟ କାମ ଚାଲିଛି ରଣବୀର ସିଂହଙ୍କୁ ମୁଖ୍ୟ ଭୂମିକା ପାଇଁ  ନାଁ ଘୋଷଣା ହୋଇନଥିଲେ ମଧ୍ୟ ଚର୍ଚ୍ଚା ହେଉଛି । ଏବେ ରଣବୀର ନିଜ ଆଗାମୀ ଫିଲ୍ମ “୮୩” ପାଇଁ ବ୍ୟସ୍ତ ଅଛନ୍ତି ।

Subscribe

National International State Sports Entertainment