ଜାଣନ୍ତୁ ଏମିତି କଣ ହେଲା ଯେ କାନ୍ଦିପକାଇଲେ ସନୀ ଲିଓନ
Khabar Odisha:Entertainment-bollywood-odisha-Know-why-Sunny-Leone-Cry-in-the-chat-show
ମୁମ୍ୱାଇ,ମାର୍ଚ୍ଚ ୦୮(ଖବର ଓଡିଶା):

ନିଜର ନୂଆ ଶୋ ‘ପିଞ୍ଚ ବାୟ୍ ଅରବାଜ ଖାନ’କୁ ନେଇ ବଲିଉଡ ଅଭିନେତା ଅରବାଜ ଖାନ ଏବେ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଅରବାଜଙ୍କ ଏହି ଶୋ’ରେ ସୋସିଆଲ ମିଡିଆରୁ ନିଆଯାଇଥିବା ଅନେକ ପ୍ରଶ୍ନ ପଚରା ଯାଇଥାଏ । ଏମିତି ଅନେକ ପ୍ରଶ୍ନ ଥାଏ ଯାହାର ଉତ୍ତରଦେବା ବେଳେ ସେଲିବ୍ରିଟିମାନେ ଭାବୁକ ହେବା ଦେଖିବାକୁ ମିଳିଛି । 

ସୋସିଆଲ ମିଡିଆରେ ଏଭଳି ଅନେକ ପ୍ରଶ୍ନ ଆସିଥାଏ ଯେଉଁ ପ୍ରଶ୍ନଗୁଡିକର ଉତ୍ତର ତ ଦୂର କଥା, ପ୍ରଶ୍ନକୁ ଶୁଣିବା ମଧ୍ୟ କଷ୍ଟ ଦେଇଥାଏ । ଏହି ଅବସରରେ ସନୀ ଲିଓନଙ୍କ ସହ ତାଙ୍କ ଶୋ’ରେ ଘଟିଥିବା ଏକ ମୁହୂର୍ତ୍ତକୁ ସେ ଉପସ୍ଥାପନା କରି କହିଥିଲେ, ଏମିତି ଏକ ପ୍ରଶ୍ନ ସନୀ ଲିଓନଙ୍କୁ ପଚରାଗଲା, ଯାହା ଶୁଣି ସନୀ ଲିଓନ କାନ୍ଦି ପକାଇଥିଲେ । ତେବେ ସେ ପ୍ରଶ୍ନ ଅରବାଜ ତ ନିଜେ ପ୍ରସ୍ତୁତ କରି ନଥିଲେ, ପ୍ରଶ୍ନଟି ସୋସିଆଲ ମିଡିଆରୁ ନିଆଯାଇଥିଲା । ଏମିତିରେ କଣ ବା କରିଥାନ୍ତେ ଅରବାଜ । ତେବେ କୌଣସି ସେଲିବ୍ରିଟିଙ୍କୁ ଅସୁବିଧା ନ ହେବା ଭଳି ପ୍ରଶ୍ନ ତିଆରିକୁ ଚେଷ୍ଟା ସେ କରନ୍ତି ବୋଲି କହିଥିଲେ । 

ଅରବାଜଙ୍କ କହିବା ଅନୁଯାୟୀ ସୋସିଆଲ ମିଡିଆରେ ଏହା ଏକ ବଡ ସମସ୍ୟା । ଏହି ସମସ୍ୟାକୁ ଆମେ ଏହି ଶୋ’ ମାଧ୍ୟମରେ ଦୁନିଆ ସାମ୍ନାରେ ରଖିବାକୁ ଚାହୁଁଛୁ । ବୋଧହୁଏ ଏହି ଶୋ ଦେଖିବା ପରେ ଲୋକମାନେ ବୁଝିପାରିବେ କି, ସେମାନେ ଯେଉଁ ଏପଟ ସେପଟ ଖରାପ କମେଣ୍ଟ ଲେଖନ୍ତି, ତାହା ଷ୍ଟାରମାନଙ୍କୁ କେତେ କଷ୍ଟ ଦେଇଥାଏ । 

  • Tags:

Subscribe

National International State Sports Entertainment