ଜନ ଆବ୍ରାହମ କରିବେ ‘ବାଟଲା ହାଉସ’ ଏନକାଉଣ୍ଟରର ଖୁଲାସା, ରିଲିଜ୍ ହେଲା ଧମାକାଦାର ଟିଜର
Khabar Odisha:Entertainment-bollywood-john-abraham-starrer-batla-house-teaser-is-out-now
ନୂଆଦିଲ୍ଲୀ,ଜୁଲାଇ୨୭(ଖବର ଓଡ଼ିଶା):

ବଲିଉଡରେ ଆତଙ୍କବାଦ ଓ ଏଥି ସହ ସମ୍ବନ୍ଧିତ ଅନେକ ଫିଲ୍ମ ନିର୍ମାଣ ହୋଇ ସାରିଛି। ଏହି କ୍ରମରେ ଆଉ ଏକ ବାସ୍ତବଧର୍ମୀ ଫିଲ୍ମ ପରଦାକୁ ଆସିବାକୁ ଯାଉଛି। ଏହି ଫିଲ୍ମର ନାମ ‘ବାଟଲା ହାଉସ’। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଜନ ଆବ୍ରାହମ। ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମର ଟିଜର ରିଲିଜ୍ ହୋଇଛି। ୟୁଟ୍ୟୁବରେ ଏହି ଫିଲ୍ମର ଟିଜରକୁ ୧ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି। ଉଲ୍ଲେଖଯୋଗ୍ୟ, ୨୦୦୮ରେ ଦିଲ୍ଲୀର ବାଟଲା ହାଉସରେ ଏନକାଉଣ୍ଟର ସ୍ପେଶାଲିଷ୍ଟ ଓ ଦିଲ୍ଲୀ ପୋଲିସ ଇନ୍ସପେକ୍ଟର ମୋହନ ଚନ୍ଦ ଶର୍ମାଙ୍କ ମୃତ୍ୟୁ ଘଟିଥିଲା। ଫିଲ୍ମର ଟ୍ରେଲର ଜୁଲାଇ ୧୦ରେ ରିଲିଜ୍ ହେବ।

ଟିଜରର ଆରମ୍ଭରୁ ଜନ ଆବ୍ରାହମଙ୍କ ସ୍ଵର ଶୁଣିବାକୁ ମିଳୁଛି ଏବଂ ଏହି ସମୟରେ କିଛି କଥାବାର୍ତ୍ତା ଚାଲିଥିବା ମଧ୍ୟ ଶୁଣିବାକୁ ମିଳୁଛି। ଏହା ସହିତ ଟିଜରରେ ଜୋରଦାର ଗୁଳିମାଡ଼ ଚାଲିଥିବା ଦେଖିବାକୁ ମିଳିଛି ଏବଂ ପୁଣି ଥରେ ଜନ ଆବ୍ରାହମ କହୁଛନ୍ତି ଯେ, ସେହି ଦିନ ବାଟଲା ହାଉସରେ କଣ ହୋଇଥିଲା ? କଣ ଆମେ ଭୁଲ ଥିଲୁ, ନା ମୁଁ ଭୁଲ ଥିଲି।

ଉଲ୍ଲେଖନୀୟ, ୧୧ ବର୍ଷ ପୂର୍ବେ ଦେଶର ରାଜଧାନୀ ଦିଲ୍ଲୀରେ ବାଟଲା ହାଉସ ଏନକାଉଣ୍ଟର ହୋଇଥିଲା। ୨୦୦୮ ସେପ୍ଟେମ୍ବର ୧୯ରେ ଦିଲ୍ଲୀର ଜାମିଆ ନଗରର ସ୍ଥିତ ବାଟଲା ହାଉସ ଇଲାକାରେ ଦୁଇ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଆତିଫ ଜମିନ ଓ ମହମ୍ମଦ ସାଜିଦକୁ ଏନକାଉଣ୍ଟରରେ ପୋଲିସ ନିପାତ କରିଥିଲା। ଏହି ଦୁଇ ଆତଙ୍କୀ ସଂଗଠନ ଇଣ୍ଡିଆନ ମୁଜାହିଦ୍ଦୀନ ପାଇଁ କାମ କରୁଥିଲେ। ଏହି ସମୟରେ ଦୁଇ ଜଣ ସନ୍ଦିଗ୍ଧ ଆତଙ୍କୀ ମହମ୍ମଦ ସୈଫ ଓ ଜିଶାନ ଗିରଫ ହୋଇଥିବା ବେଳେ ଏମାନଙ୍କର ସାଥୀ ଆରିଜ ଖାନ ଫେରାର ମାରିବାରେ ସଫଳ ହୋଇଥିଲେ।

ଏହି ଫିଲ୍ମରେ ଜନ ଆବ୍ରାହମ ଲିଡ୍ ରୋଲରେ ନଜର ଆସିବେ। ନିଖିଲ ଆଡଓ୍ଵାଣୀ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ଜନଙ୍କ ସହିତ ଅଭିନେତ୍ରୀ ମୃଣାଳ ଠାକୁର ନଜର ଆସିବେ। ଏହା ପୂର୍ବରୁ ରିଲିଜ୍ ହୋଇଥିବା ଫିଲ୍ମ ରୋମିଓ, ଆକବର, ଓ୍ଵାଲଟର,ରେ ଜନ ଆବ୍ରାଜ, ଏଲ ର ଏଜେଣ୍ଟର ଭୂମିକାରେ ଥିଲେ। ଉକ୍ତ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା। 

Subscribe

National International State Sports Entertainment