କ୍ୟାନ୍ସରରୁ ସୁସ୍ଥ ହେବା ପରେ ପ୍ରଥମ ଥର ନଜର ଆସିଲେ ଇରଫାନ, କ୍ୟାମେରାରୁ ଲୁଚାଇ ନେଲେ ଚେହେରା
Khabar Odisha:Entertainment-bollywood-irrfan-khan-covered-his-face-when-spotted-first-time-after-cancer-treatment
ମୁମ୍ବାଇ, ମାର୍ଚ୍ଚ୦୯(ଖବର ଓଡ଼ିଶା):

ବଲିଉଡର ଆଗ ଧାଡ଼ିର ଅଭିନେତାଙ୍କ ମଧ୍ୟରେ ଥିବା ଇରଫାନ ଖାନ କ୍ୟାନ୍ସର ପରି ମାରାତ୍ମକ ରୋଗକୁ ପରାହତ କରି  କିଛି ସମୟ ହେବ ମୁମ୍ବାଇ ଫେରିଛନ୍ତି। ଆମେରିକାରୁ ଫେରିବା ପରେ ତାଙ୍କର ଚିକିତ୍ସା ମୁମ୍ବାଇରେ ଜାରି ରହିଛି। କୁହାଯାଉଛି ଯେ, ସେ ଶୀଘ୍ର ନିଜର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ନିକଟରେ ତାଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା। କ୍ୟାନ୍ସର ରୋଗର  ଚିକିତ୍ସା ପରେ  ତାଙ୍କୁ ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ଦେଖିବାକୁ ମିଳିଥିଲା। ମାତ୍ର ତାଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା। ସେ ନିଜର ଚେହେରାକୁ ଛୁପାଇ ରଖିଥିଲେ।

ମୁମ୍ବାଇ ବିମାନ ବନ୍ଦରରେ ଯେମିତି ଇରଫାନ ପହଞ୍ଚିଲେ, ସେ ନିଜର ଚେହେରାରେ ରୁମାଲ ବାନ୍ଧି ନେଇଥିଲେ ଏବଂ ମୁଣ୍ଡରେ ଟୋପି ପିନ୍ଧି ଦେଇଥିଲେ। ଏହା ସହିତ ମିଡ଼ିଆ ସାମ୍ନାକୁ ବି ଆସିନଥିଲେ। ସେ ବ୍ୟସ୍ତ ଥିବା ନଜର ଆସୁଥିଲେ ଏବଂ ମିଡିଆ କେବଳ ତାଙ୍କ ପଛ ପାର୍ଶ୍ଵର ଫଟୋ ନେଇ ପାରିଥିଲେ। ଇରଫାନ ଖାନଙ୍କ ଏହି ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଜୋରଦାର ଭାଇରାଲ ହୋଇଛି। 

ଉଲ୍ଲେଖଯୋଗ୍ୟ,  ୫୨ ବର୍ଷୀୟ ଏହି ଅଭିନେତା ନ୍ୟୁରୋ ଏଣ୍ଡୋକ୍ରାଇନ ଟ୍ୟୁମର ନାମକ ରୋଗରେ ପୀଡ଼ିତ ଥିଲେ, ଯାହାର ଚିକିତ୍ସା ପାଇଁ ସେ ଆମେରିକା ଯାଇଥିଲେ। ଏବେ ତାଙ୍କର ଚିକିତ୍ସା ମୁମ୍ବାଇରେ  ଜାରି ରହିଛି। ଇରଫାନ ଖାନ ନିକଟରେ ନିଜର ସ୍ଵାସ୍ଥ୍ୟବସ୍ଥା ବିଷୟରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ। ସେ କ୍ରମାଗତ ଇମୋସନାଲ ପୋଷ୍ଟ ମଧ୍ୟ ସେୟାର କରି ଚାଲିଥିଲେ। 

କୁହାଯାଉଛି ଯେ, ଇମରାନ ଶୀଘ୍ର ‘ହିନ୍ଦୀ ମିଡିୟମ ୨’ର ସୁଟିଂ ଆରମ୍ଭ କରିବେ। କିଛି ସମୟ ପୂର୍ବରୁ ଖବର ଆସିଥିଲା ଯେ, କାହାଣୀ ଶୁଣାଇବା ଏବଂ କାଷ୍ଟ କରିବା ପାଇଁ ନିର୍ମାତା ଓ ନିର୍ଦ୍ଦେଶକ ହସ୍ପିଟାଲରେ ପହଞ୍ଚିଥିଲେ। 

  • Tags:

Subscribe

National International State Sports Entertainment