ପ୍ରଧାନମନ୍ତ୍ରୀଙ୍କ ବାୟୋପିକ ‘ପିଏମ ନରେନ୍ଦ୍ର ମୋଦୀ’ ଉପରେ ରୋକ୍ ଲଗାଇଲେ ନିର୍ବାଚନ ଆୟୋଗ
Khabar Odisha:Entertainment-bollywood-election-commission-stalls-release-of-pm-narendra-modi-biopic
ନୂଆଦିଲ୍ଲୀ,ଏପ୍ରିଲ୧୦(ଖବର ଓଡ଼ିଶା):

ନିର୍ବାଚନ ଆୟୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନି ଉପରେ ଆଧାରିତ ଫିଲ୍ମ ‘ପିଏମ ନରେନ୍ଦ୍ର ମୋଦୀ’ ଉପରେ ରୋକ୍ ଲଗାଇଛନ୍ତି। ଆୟୋଗ ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନର ତର୍କ ଦେଇ ଏହି ବାୟୋପିକର ରିଲିଜ ଉପରେ ରୋକ୍ ଲଗାଇଛନ୍ତି। ଉଲ୍ଲେଖଯୋଗ୍ୟ, ଏପ୍ରିଲ ୧୧ରେ  ଏହି ଫିଲ୍ମ ରିଲିଜ୍ ହେବାର ଥିଲା। ଫିଲ୍ମରେ ଅଭିନେତା ବିବେକ ଓବରୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକାରେ ଅଭିନୟ କରିଛନ୍ତି।

ଆୟୋଗ ବୁଧବାର ନିଜର ଆଦେଶରେ କୁହାଯାଇଛି ଯେ, ନିର୍ବାଚନ ସମୟରେ ଏମିତି କୌଣସି ଫିଲ୍ମକୁ ରିଲିଜ୍ ପାଇଁ ଅନୁମତି ଦିଆଯାଇପାରିବ ନାହିଁ ଯାହା କୌଣସି ରାଜନୈତିକ ଦଳ କିମ୍ବା ରାଜନେତାଙ୍କୁ ଫାଇଦା ଦେବ। ଉଲ୍ଲେଖନୀୟ ଏହି ଫିଲ୍ମ ଏପ୍ରିଲ ୧୧ରେ ରିଲିଜ୍ ହେବାର ଥିଲା। ଏହା ବ୍ୟତୀତ ୧୭ତମ ଲୋକସଭାର ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୧ରେ ମଧ୍ୟ ରହିଛି।

ବିରୋଧୀଦଳ ଗୁଡିକର  ଅଭିଯୋଗ କ୍ରମେ ଆୟୋଗ ଫିଲ୍ମର ରିଲିଜକୁ ଅନୁମତି ଦେଇ ନାହାନ୍ତି। ଅଭିଯୋଗ ହୋଇଥିଲା ଯେ ମୋଦୀଙ୍କ ଜୀବନି ଉପରେ ଆଧାରିତ ବାୟୋପିକ ନିର୍ବାଚନ ସମୟରେ ପ୍ରଦର୍ଶିତ କରିବାର ଉଦ୍ଦେଶ୍ୟ ବିଜେପିକୁ ନିର୍ବାଚନୀ ଫାଇଦା ଦେବା। ଏଥିପାଇଁ ନିର୍ବାଚନ ସମୟରେ ଏହାର ପ୍ରଦର୍ଶନକୁ ଅନୁମତି ଦେଲେ ନିର୍ବାଚନ ଆଚାର ସଂହିତାର ସ୍ପଷ୍ଟ ଉଲ୍ଲଙ୍ଘନ ହେବ।

ଏହା ପୂର୍ବରୁ ଫିଲ୍ମକୁ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ(ସିବିଏଫସି) ପକ୍ଷରୁ ୟୁ ସାର୍ଟିଫିକେଟ୍ ଦିଆଯାଇଥିଲା ଏବଂ ଲାଗୁଥିଲା ଯେ ଏହି ଫିଲ୍ମର ରିଲିଜର ପଥ ପରିଷ୍କାର ହୋଇଛି। ଉଲ୍ଲେଖଯୋଗ୍ୟ, ଗତ ଦିନରେ ସୁପ୍ରିମକୋର୍ଟ ଏହି ଫିଲ୍ମର ରିଲିଜ୍ ରୋକା ଯିବା ପାଇଁ ଦାୟର ଯାଚିକାକୁ ଖାରଜ କରି ଏହାର ନିଷ୍ପତ୍ତି ନିର୍ବାଚନ ଆୟୋଗ ଉପରେ ଛାଡ଼ିଥିଲା।  କୋର୍ଟ କହିଥିଲା ଯେ, ଏହି ଫିଲ୍ମ ଆଦର୍ଶ ଆଚାର ସଂହିତାର ଉଲ୍ଲଙ୍ଘନ କରୁଛି ନା ନାହିଁ ଏହାର  ନିଷ୍ପତ୍ତି ନିର୍ବାଚନ ଆୟୋଗ ନେବେ। 

  • Tags:

Subscribe

National International State Sports Entertainment