ରଣବୀର ସିଂହଙ୍କ ସ୍ଵର ମଚାଇଲା ଧମାଲ, ରିଲିଜ୍ ହେଲା ଫିଲ୍ମ ‘ଗଲି ବୟ’ର ତୃତୀୟ ଗୀତ
Khabar Odisha:Entertainment-Odisha-ranveer-singhs-doori-song-from-gully-boy
ନୂଆଦିଲ୍ଲୀ ,ଜାନୁଆରୀ ୨୮(ଖବର ଓଡ଼ିଶା):

 ରଣବୀର ସିଂ ଙ୍କ ଅପକମିଂ ଫିଲ୍ମ ‘ଗଲ ବୟ’ କିଛି ଦିନ ହେବ ଚର୍ଚ୍ଚାରେ ରହିଛି । ସିନେମାର ଟ୍ରେଲର ଦର୍ଶକଙ୍କ ମଧ୍ୟରେ ବେଶ  ଆଦୃତ ହୋଇଛି।। ଏହା ଭିତରେ ଏହି ସିନେମାର ଦୁଇଟି ଗୀତ ରିଲିଜ ହୋଇ ସାରିଛି । ସୋମବାର ଦିନ ଏହି ସିନେମାର ତୃତୀୟ ଗୀତ ‘ଦୂରୀ’ ମଧ୍ୟ ରିଲିଜ ହୋଇଛି ।

‘ଗଲ ବୟ’ଗୀତ ‘ଦୂରୀ’ ରଣବୀରଙ୍କ ସ୍ୱରରେ ନିର୍ମିତ ହୋଇଥିବା ଏହି ଗୀତ ଦେଶର କିଛି ସମସ୍ୟାକୁ ନେଇ କରାଯାଇଛି । ଏହି ସିନେମାଟିର ଅଡ଼ିଓ ଯ୍ୟୁକବକ୍ସ ପୂର୍ବରୁ ହିଁ ରିଲିଜ କରାଯାଇଛି । ଏହି ଫିଲ୍ମରେ ୧୮ଟି ଗୀତ ରହିଛି ।

‘ଦୂରୀ’ ଗୀତଟି ଋଷି ରିଚ କମ୍ପୋଜ କରିଛନ୍ତି ଓ ଜାଭେଦ ଅଖତର ଏହାକୁ ରଚନା କରିଛନ୍ତି। ଏହି ଗୀତଟିକୁ ଚାରି ଲକ୍ଷରର ଅଧିକ ଭିଉ ମିଳିଛି । ଫରହାନ ଅଖତର ଓ ରିତେଶ ସିଦ୍ଧବାନୀଙ୍କ ଏହି ପ୍ରଡ଼କ୍ସନ କମ୍ପାନୀ ଏକ୍ସେଲ ଇଣ୍ଟରନେଟର ବ୍ୟାନରରେ ନିର୍ମିତ  ଏହି ସିନେମା ମୁମ୍ବାଇର ଦୁଇ ଯୁବକଙ୍କ କାହାଣୀ ଉପରେ  ଆଧାରିତ ହୋଇଛି । ଏହି ସିନେମାରେ ଆଲିଆ ଭଟ୍ଟ ଓ କଲ୍କୀ କେକଲା ମୁଖ୍ୟ ଭୁମିକାରେ ନଜରକୁ ଆସିବେ । ଏହି ସିନେମାରେ ପ୍ରଥମ ଥର ପାଇଁ ରଣବୀର ଓ ଆଲିଆଙ୍କ ଯୋଡ଼ି ଦେଖିବାକୁ ମିଳିବ ।

Subscribe

National International State Sports Entertainment