ନୂଆଦିଲ୍ଲୀ, ମେ ୨୧ (ଖବର ଓଡ଼ିଶା): ବଲିଉଡର ଗାୟିକା କନିକା କପୂର ବ୍ୟବସାୟୀ ଗୌତମଙ୍କୁ ବିବାହ କରିଛନ୍ତି । ଲଣ୍ଡନରେ ଏହି ବିବାହ ଅନୁଷ୍ଠିତ ହୋଇଯାଇଛି । ବିଗତ କିଛି ଦିନ ହେବ କନିକା ଲଣ୍ଡନରେ ଥିଲେ । ବିବାହ ପୂର୍ବରୁ ମେହେନ୍ଦୀ ଓ ଅନ୍ୟ କାର୍ଯ୍ୟକ୍ରମର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିଲା ।
ସୂଚନାଯୋଗ୍ୟ, କନିକା କପୂରଙ୍କ ଏହା ହେଉଛି ଦ୍ୱିତୀୟ ବିବାହ । ଏହା ପୂର୍ବରୁ ସେ ଏନ୍ଆରଇ ରାଜ୍ ଚଣ୍ଡୋକଙ୍କୁ ବିବାହ କରିଥିଲେ । ଏହି ବିବାହରୁ କନିକାଙ୍କ ୩ ସନ୍ତାନ ଅଛନ୍ତି, ଯେଉଁମାନେ ହେଲେ ଅୟାନା, ସମାରା ଓ ଯୁବରାଜ । ୨୦୧୨ରେ ଗାୟିକା ନିଜର ପ୍ରଥମ ସ୍ୱାମୀଙ୍କ ଠାରୁ ତଲାକ ନେଇଥିଲେ ଏବଂ ପୁଣି ଥରେ ମ୍ୟୁଜିକ୍କୁ କ୍ୟାରିୟର କରିନେଇଥିଲେ । ଏବେ କନିକା ୧୦ ପରେ ୨ୟ ଇନିଂସରେ ପାଦ ଥାପିଛନ୍ତି । ଗୌତମଙ୍କ ସହିତ ବୈବାହିକ ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ଏବେ ବିବାହର ଫଟୋ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେଉଛି । କନିକାଙ୍କ ପ୍ରଶଂସକ ମଧ୍ୟ ଏହାରି ଉପରେ ପ୍ରତିକ୍ରିୟା ଦେଉଛନ୍ତି । କନିକା କପୂର ଇନ୍ଷ୍ଟାଗ୍ରାମରେ ନିଜର ଫଟୋ ଅପଲୋଡ କରିଛନ୍ତି ।