ଫିଲ୍ମ “ଛିଛୋରେ” ଉପରେ ପଡ଼ିଲାନି “ଡ୍ରିମ ଗର୍ଲ” ରିଲିଜର ପ୍ରଭାବ, ୧୦୦କୋଟି କ୍ଲବର ନିକଟତର ଏହି ଫିଲ୍ମ
Khabar Odisha:Entertainment-Bollywood-Odisha-chhichhore-box-office-collections-day-9-sushant-singh-rajput-film-unaffected-by-ayushmann-dream-girl
ମୁମ୍ବାଇ, ସେପ୍ଟେମ୍ବର ୧୫(ଖବର ଓଡ଼ିଶା):

ଫିଲ୍ମ “ଛିଛୋରେ” ବକ୍ସ ଅଫିସରେ ଧମାଲ କରୁଛି । ସୁଶାନ୍ତ ସିଂ ରାଜପୁତ ଓ ଶ୍ରଦ୍ଧା କପୁରଙ୍କ ଷ୍ଟାରର ଫିଲ୍ମ “ଛିଛୋରେ” ରିଲିଜ ହେବାର ୯ଦିନରେ ଭଲ ବ୍ୟବସାୟ କରିଛି । ଏହି ଫିଲ୍ମି ଫ୍ରାଇଡେରେ ରିଲିଜ ହୋଇଥିବା ଫିଲ୍ମ “ଡ୍ରିମ ଗର୍ଲ” ଛିଛୋରେର ଆୟ ଉପରେ ପ୍ରଭାବ ପକାଇପାରି ନାହିଁ । 

ନିତେଶ ତିୱାରିଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଫିଲ୍ମ “ଛିଛୋରେ”  ରିଲିଜ ହୋଇ ୧୦ମ ଦିନରେ ପହଂଚି ଦର୍ଶକଙ୍କ ମନ କିଣିନେଇଛି । ଏହି ଫିଲ୍ମ ଓପନିଙ୍ଗ ଦିନରେ ୭.୩୨କୋଟି ଆୟ କରିଥିବା ବେଳେ ମୋଟ ୯ଦିନରେ  ୮୩.୫୯ କୋଟିରେ ପାଦ ଦେଇଛି । ଏହି ସିନେମାକୁ ଦର୍ଶକଙ୍କ ବହୁତ ଭଲ ରିଭ୍ୟୁ ମଧ୍ୟ ମିଳିଛି ଏବଂ ଏହା ସୁପରହିଟ ମଧ୍ୟ ହୋଇଛି । ଖୁବଶୀଘ୍ର ଏହି ଫିଲ୍ମ “ଛିଛୋରେ” ୧୦୦କୋଟି କ୍ଲବରେ ସାମିଲ ହେବ ବୋଲି ଆଶଙ୍କା କରାଯାଉଛି । କିନ୍ତୁ ଏହି ଫିଲ୍ମର ଆୟ ଉପରେ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ “ଡ୍ରିମ ଗର୍ଲ”ର ପ୍ରଭାବ ପଡ଼ିନାହିଁ । 

ଟ୍ରେଡ ଏନାଲିଷ୍ଟ ତରଣ ଆଦର୍ଶଙ୍କ ମୁତାବକ, ଫିଲ୍ମ “ଛିଛୋରେ”ର ଆୟ ଓପନିଙ୍ଗ ଦିନ ଠାରୁ ଭଲ ପ୍ରଦର୍ଶନ କରିଆସୁଛି । ଏହି ଫିଲ୍ମର ମୋଟ ବଜେଟ ହୋଇଥିବା ୭୦କୋଟି ଟଙ୍କା କୁହାଯାଉଛି । ଫିଲ୍ମଟିର ଆୟ ମୋଟ ବଜେଟ ଠାରୁ ଅଧିକ ଆୟ କରିସାରିଲାଣି ।  ସେହିପରି “ଡ୍ରିମ ଗର୍ଲ” ଫିଲ୍ମ ମଧ୍ୟ ରିଲିଜ ହେବାର ଦୁଇ ଦିନରେ ୨୬.୪୭କୋଟି ଟଙ୍କା ଆୟ କରିଛି ।  

ନିତେଶ ତିୱାରିଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଫିଲ୍ମ “ଛିଛୋରେ”  କଲେଜ ଲାଇଫ ଉପରେ ଆଧାରିତ । ଏହି ଫିଲ୍ମରେ ଶ୍ରଦ୍ଧା କପୁର ଓ ସୁଶାନ୍ତ ସିଂ ରାଜପୁତ ମୁଖ୍ୟ ଭୂମିକାରେ ନଜରକୁ ଆସିଛନ୍ତି । ଏହି ସିନେମା ପ୍ରାୟ ୧୨୦୦ରୁ ୧୩୦୦ଟି ସ୍କ୍ରିନରେ ରିଲିଜ ହୋଇଛି ।

  • Tags:

Subscribe

National International State Sports Entertainment