ବିଗ ବସ-୧୪: ରୁବିନା ଦିଲୈକ ଜିତିଲେ ଟ୍ରଫି, ପୁରସ୍କାରରେ ପାଇଲେ ୩୬ ଲକ୍ଷ ଟଙ୍କା
Khabar Odisha:Entertainment-Bigg-boss-14-winner-Rubina-Dilaik-wins-trophy-Rahul-first-runner-up-show-complete

ନୂଆଦିଲ୍ଲୀ, ଫେବୃଆରୀ ୨୨ (ଖବର ଓଡ଼ିଶା): ଦର୍ଶକଙ୍କ ଅନୁମାନ ସତ ହୋଇଛି । ଶେଷରେ ବିଗ ବସ୍ ନିଜର ଶୋଷରେ ୧୪ତମ ସଂସ୍କରଣର ବିଜେତାଙ୍କ ନାମ ଘୋଷଣା କରିଛି । ଶୋ’ର ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ରୁବିନା ଦିଲୈକ ବିଗ ବସ୍ ୧୪ଟ୍ରଫିକୁ ନିଜର କରିନେଇଛନ୍ତି । ଶୋ’ର ଆକର୍ଷକ ସଲମାନ ଖାନ ବିଜେତାଙ୍କ ନାମ ଘୋଷଣା କରିଥିଲେ । ଟ୍ରଫି ବ୍ୟତୀତ ବିଜୟିନୀ ରୁବିନାଙ୍କୁ ୩୬ ଲକ୍ଷ ଟଙ୍କା ପୁରସ୍କାର ଆକାରରେ ଦିଆଯାଇଥିଲା । ବିଜୟିନୀ ରୁବିନା ଦିଲୈକଙ୍କ ନାମ ଘୋଷଣା ହେବା ପରେ ପ୍ରଶଂସକଙ୍କ ମନରେ ବଡ଼ ଉତ୍ସାହ ଦେଖାଯାଇଥିଲା ।  

ରୁବିନା ଦିଲୈକ ଟ୍ରଫି ଜିତିବା ପର୍ଯ୍ୟନ୍ତ ମଜବୁତ ଭାବେ ପ୍ରଦର୍ଶନ କରିଥିଲେ । ସେ ନିଜର ପତି ଅଭିନବ ଶୁକ୍ଲାଙ୍କ ସହିତ ଥିଲେ । ସବୁବେଳେ ସେ ନିଜସ୍ୱ ଶୈଳୀ ଉପସ୍ଥାପନ କରୁଥିଲେ । ଅନେକ ସମୟରେ ସେ ଶୋ’ର ଆକର୍ଷକ ପାଲଟିଥିଲେ । ଶେଷରେ ରୁବିନା ନିଜର ବ୍ୟକ୍ତିତ୍ୱକୁ ଦର୍ଶକଙ୍କ ଆଗରେ ପ୍ରକାଶ କରିଛନ୍ତି । ଫଳରେ ସେ ଟ୍ରଫିର ଅଧିକାରିଣୀ ହୋଇପାରିଛନ୍ତି । 

ଶୋ’ର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ୫ ଜଣ ପ୍ରତିଯୋଗୀଙ୍କୁ ସୁଯୋଗ ମିଳିଥିଲା । ଏଥିରେ ରୁବିନା ଦିଲୈକ, ନିକ୍କି ତମ୍ବୋଲି, ଅଲି ଗୋନୀ, ରାହୁଲ ବୈଦ୍ୟ ଓ ରାଖି ସାୱନ୍ତ । ଏହି ୫ ଜଣ ଶୋ’ରେ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିଥିଲେ । ଗତ ବର୍ଷ ଅକ୍ଟୋବର ୩ ତାରିଖରେ ବିଗ ବସ୍ ଶୋ’ ଆରମ୍ଭ ହୋଇଥିଲା । ଏହାରି ମଧ୍ୟରେ ପ୍ରଶଂସକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖାଯାଇଛି । ଶୋ’ ମୋଟ ୧୩୮ ଦିନ ଯାଏଁ ଚାଲିଥିଲା । 

 

  • Tags:

Subscribe

National International State Sports Entertainment