ବିଗ ବସ ୧୩: ମଧୁରିମା-ବିଶାଳଙ୍କ ଝଗଡ଼ା, କିଏ ଛାଡ଼ିବେ ଘର?
Khabar Odisha:Entertainment-Bigg-boss-13-day-99-06-January-2020-written-update-who-will-be-out-from-house-Madhurima-and-Vishal

ନୂଆଦିଲ୍ଲୀ, ଜାନୁଆରୀ ୦୭ (ଖବର ଓଡ଼ିଶା): ‘ବିଗ ବସ ୧୩’ର ୨୦୨୦ ଜାନୁଆରୀ ୬ରେ ହୋଇଥିବା ଶୋ’ କାର୍ଯ୍ୟକ୍ରମରେ ବିଶାଲ ଆଦିତ୍ୟ, ରଶ୍ମୀ ଓ ମଧୁରିମା ଏକାଠି ବସି କଥାବାର୍ତ୍ତା ହେବା ସମୟରେ ବିଶାଳ ଓ ମଧୁରିମାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଯାଇଛି । ମଧୁରିମା ଚପଲରେ ବିଶାଳଙ୍କୁ ମାଡ଼ମାରିଛନ୍ତି । ଏଥିରେ ବିଶାଳ ନିଜର ମାଇକ ଫିଙ୍ଗି ଦିଅନ୍ତି ଏବଂ ବିଗବସରୁ କଫ୍ରେନଶନ ପ୍ରକୋଷ୍ଠକୁ ଡାକିବାକୁ କହିଥାନ୍ତି । ଏହା ପରେ ଶହନାଜ ଓ ସିଦ୍ଧାର୍ଥଙ୍କ ମଧ୍ୟରେ ସାମାନ୍ୟ କଥାବାର୍ତ୍ତା ଚାଲିଥାଏ । ଶହନାଜ ସିଦ୍ଧାର୍ଥଙ୍କୁ କୁହନ୍ତି ସେ ତାଙ୍କୁ କନ୍ଦାଉଛନ୍ତି । 

ଶହନାଜ ସିଦ୍ଧାର୍ଥଙ୍କୁ କୁହନ୍ତି, ତାଙ୍କ ଯୋଗୁଁ ଯଦି ଶୋ’ରୁ ବାହାରିବାକୁ ପଡେ ତା’ ହେଲେ କୌଣସି ଅସୁବିଧା ନାହିଁ । ସିଦ୍ଧାର୍ଥ ଏଥିରେ ବିରକ୍ତ ହୋଇ ଶହନାଜଙ୍କୁ ରାଗିଯାଆନ୍ତି । ଶହନାଜ କୁହନ୍ତି ଯେ, ଏଠାରେ କାହାରି ସହିତ ଲାଭ ଉଦ୍ଦେଶ୍ୟ ରଖିବା ଠିକ ନୁହେଁ । ଅନ୍ୟପକ୍ଷରେ ବିଶାଳଙ୍କ ରାଗ ତଳକୁ ଖସି ନାହିଁ । ସେ ଘର ଯିବାକୁ ଜିଦ ଧରିଛନ୍ତି । ସିଦ୍ଧାର୍ଥ ମଧୁରିମାଙ୍କ ସହିତ କଥା ହେବା ପରେ ବିଶାଳଙ୍କୁ ବିରକ୍ତ ହୁଅନ୍ତି । 

ମଧୁରିମା ରଶ୍ମୀଙ୍କୁ କୁହନ୍ତି, ସେ ପ୍ରେମରେ ଅନ୍ଧ ହୋଇଯାଇଥିଲେ ଯେ, ତାଙ୍କୁ ଜଣାପଡ଼ି ନ ଥିଲା ଯେ, ସେ ଖରାପ ରାସ୍ତା ଆଡ଼କୁ ଯାଉଛନ୍ତି । ଏହା ପରେ ବିଗ ବସ ମଧୁରିମା ଓ ବିଶାଳଙ୍କୁ କନଫ୍ରେନଶନ ପ୍ରକୋଷ୍ଠ ଡାକିଥାନ୍ତି ଏବଂ ତାଙ୍କୁ ବୁଝାଇଥାନ୍ତି । ମଧୁରିମା ଭୁଲ ମାଗନ୍ତି କିନ୍ତୁ ବିଶାଲ ନିଜେ ପଳାଇବା ଅଥବା ମଧୁରିମାଙ୍କୁ ବାହାରି ଯିବାକୁ ଜିଦ ଧରିଥାନ୍ତି । ବିଗ ବସ ଉଭୟଙ୍କୁ ଏକ ସୁଯୋଗ ଦେଇ କହିଛନ୍ତି, ନିଷ୍ପତ୍ତି ନିଅନ୍ତୁ ଏବଂ କିଏ ଯିବାକୁ ଚାହୁଁଛନ୍ତି ତାହା ପ୍ରକାଶ କରନ୍ତୁ । 

 

  • Tags:

Subscribe

National International State Sports Entertainment