ବାରାଣସୀ, ମେ ୩୧ (ଖବର ଓଡ଼ିଶା): ବଲିଉଡ ଅଭିନେତା ଅକ୍ଷୟ କୁମାର ନିଜର ଆଗାମୀ ଫିଲ୍ମ ‘ସମ୍ରାଟ ପୃଥ୍ୱୀରାଜ’କୁ ପ୍ରମୋଶନ କରୁଛନ୍ତି । ଫିଲ୍ମର ରିଲିଜ ପୂର୍ବରୁ ଅକ୍ଷୟ ନିଜର ସହ-ଅଭିନେତ୍ରୀ ମାନୁଷୀ ଛିଲ୍ଲର ଓ ପୂରା ଟିମ ସହିତ ଭିନ୍ନ ଭିନ୍ନ ସହର ଯାଇ ଫିଲ୍ମର ସ୍ୱତନ୍ତ୍ର ମୁହୂର୍ତ୍ତକୁ ପ୍ରମୋଟ କରୁଛନ୍ତି । ଏବେ ଖିଲାଡି କୁମାର ନିଜର ଫିଲ୍ମର ସଫଳତା ପାଇଁ ଉତ୍ତରପ୍ରଦେଶର ବାରାଣସୀ ପହଞ୍ଚି ଗଂଗା ପୂଜା କରିଛନ୍ତି । ଏହି ସମୟରେ ପୃଥ୍ୱୀରାଜଙ୍କ ପତାକା ମଧ୍ୟ ତାଙ୍କ ପାଖରେ ଥିଲା ।
ଅକ୍ଷୟ କୁମାର ଗଂଗା ଘାଟରେ ଆରତୀ କରିବା ସହ ବୁଡ଼ ମଧ୍ୟ ପକାଇଥିଲେ । ସାମାଜିକ ଗଣମାଧ୍ୟମରେ ଅକ୍ଷୟ ଗଂଗା ଘାଟରୁ ନିଜର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ କି ହାତରେ ସେ ପୂଜା ଥାଳି ଧରିଛନ୍ତି । ସେ ଆରତୀ କରୁଥିବା ଫଟୋ ଦେଖାଯାଉଛି । ଅଭିନେତା ଫଟୋ ସେୟାର କରି କ୍ୟାପଶନ ଲେଖିଛନ୍ତି- ହର ହର ମହାଦେବ ।