ସଲମାନଙ୍କ ପାଇଁ ଲୋନାବଲା ବଦଳରେ ମୁମ୍ୱାଇରେ ତିଆରି ହେବ BIGG BOSS ହାଇସ୍
Khabar Odisha:Entertainment--odisha-big-boss-house-will-be-locate-in-mumbai-for-big-boss-13-because-of-salman-khan
ମୁମ୍ୱାଇ, ଜୁଲାଇ 31(ଖବର ଓଡିଶା):

ଟେଲିଭିଜନ ଦୁନିଆର ସବୁଠାରୁ ଚର୍ଚ୍ଚିତ ଓ ବିବାଦିତ ରିଏଲିଟି ଶୋ ବିଗ ବସର 13 ତମ ସିଜିନ ଆସନ୍ତା ସେପ୍ଟେମ୍ୱରରୁ ଆରମ୍ଭ ହେବାକୁ ଯାଉଛି । 13 ତମ ସିଜିନରେ ଶୋର ଥିମ୍, ଘରର ଲୋକେସନ ସହିତ ଶୋର ପ୍ରସାରଣ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି । 

ବିଗ୍ ବସର ପୂର୍ବ ସିଜିନଗୁଡିକରେ ବିଗ ବସ୍ ହାଉସର ଲୋକେସନ୍ ଲୋନାବଲା ରଖାଯାଇଥିଲା, କିନ୍ତୁ ଏକ ମିଡିଆ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଏହାକୁ ବଦଳାଇ ମୁମ୍ୱାଇ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ସଲମାନ ଖାନ ବହୁତ ଶୀଘ୍ର ତାଙ୍କର ପରବର୍ତ୍ତୀ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି, ଏମିତିରେ ବାରମ୍ୱାର ଟ୍ରାଭେଲ କରିବାରୁ ବଞ୍ଚିବା ପାଇଁ ବିଗ୍ ବସର ଲୋକେସନ୍ ବଦଳା ଯାଇଛି । ସଲମାନ ପ୍ରଥମ କାରଣ ହୋଇଥିବା ବେଳେ ଶୋର ବଡେଟକୁ ଏହାର ଦ୍ୱିତୀୟ କାରଣ କୁହାଯାଉଛି । ଯଦି ସୁଟିଂ ମୁମ୍ୱାଇରେ ହେବ ତେବେ କ୍ରୁ ମେମ୍ୱରଙ୍କ ଯିବା ଆସିବା ଖର୍ଚ୍ଚ ବଞ୍ଚିଯିବ । 

ଏହି ସିଜିନକୁ ପୂର୍ବ ସିଜିନଗୁଡିକ ଠାରୁ ଦମଦାର କରିବା ପାଇଁ ଶୋର ଥିମ୍ ହରର୍ କରି ଦିଆଯାଇଛି । ଏହା ସହିତ କୁହାଯାଉଛି ଯେ ପ୍ରାଇମ୍ ଟାଇମ୍ 9-10 ସମୟରେ ପ୍ରସାରଣ କରିବା ପରିବର୍ତ୍ତେ ରାତି 10 ରୁ 11 ମଧ୍ୟରେ ପ୍ରାସରଣ ହେବ । ସେପ୍ଟେମ୍ୱର 29 ତାରିଖରେ ଶୋକୁ ଅନଏୟାର କରାଯିବ ଏବଂ ପ୍ରତ୍ୟେକ ଥର ପରି ଏଥର ମଧ୍ୟ ସଲମାନ ଖାନ ଏହାକୁ ହୋଷ୍ଟ କରିବାକୁ ଯାଉଛନ୍ତି । କଣ୍ଟେଷ୍ଟାଣ୍ଟଙ୍କ ମଦ୍ୟରେ କରଣ ପଟେଲ, ଆଦିତ୍ୟ ନାରାୟମ, ମିହୀକା ଶର୍ମା, ଦେବୋଲିନା ଜୈସୀଙ୍କ ଭଳି ଅନେକ ତାରକାଙ୍କ ନାଁ ସାମ୍ନାକୁ ଆସୁଛି । 

  • Tags:

Subscribe

National International State Sports Entertainment