ଓଡ଼ିଆ ଆଲବମ “ଟିଣ ହୋଇଗଲା” ଅଡ଼ିଓ ରିଲିଜ
Khabar Odisha:Entertainment--odisha-Odia-album-Tina-Heigola-audio-release
ଭୁବନେଶ୍ୱର , ଜୁନ ୦୧୧(ଖବର ଓଡ଼ିଶା):

ଆଜିକାଲି ଦୁନିଆରେ ଯୁବକଯୁବତୀମାନେ ମୋବାଇଲ ବ୍ୟବହାର କରି ଯେପରି ପଥଭ୍ରଷ୍ଟ ହେଉଛନ୍ତି ତାକୁ ନେଇ ଏକ ସଂଗୀତ ରିଲିଜ ହୋଇଛି । ଜେ.ବି ପ୍ରଡ଼କ୍ସନ ଦ୍ୱାରା ରଜ ଅବସରରେ ବାପୁ ଓଝାଙ୍କ ଓଡ଼ିଆ ଆଲବମ “ଟିଣ ହୋଇଗଲା” ଅଡ଼ିଓ ରିଲିଜ ହୋଇଛି ।

ଜେ.ବି ପ୍ରଡ଼କ୍ସନର ଓଡ଼ିଆ ଆଲବମ “ଟିଣ ହୋଇଗଲା” ଅଡ଼ିଓ ଉତ୍କଳ ସାମ୍ବାଦିକ ସଂଘ ଠାରେ ରିଲିଜ ହୋଇଛି । ଏହି ଗୀତରେ ଓଲିଉଡ଼ ଜଗତର ଲୋକପ୍ରିୟ ଅଭିନେତା ତତ୍ତ୍ୱ ପ୍ରକାଶ ଶଥପତି ଓରଫ ପପୁ ପମ୍ ପମ୍ କଣ୍ଠଦାନ କରିଛନ୍ତି । ଏହି ଗୀତକୁ ନିର୍ଦ୍ଦେଶନା ଦେଇଛନ୍ତି ସଂଗୀତ ନିର୍ଦ୍ଦେଶକ ମୁନୁ ପାଗଳ ଏବଂ ରଚନା କରିଛନ୍ତି ରମାକାନ୍ତ ଦାଶ । ସିତୁ ସିତେଶ ଏହି ଆଲମବ୍କୁ ପ୍ରଜୋଜନା କରିଛନ୍ତି । 

ଏହି ଆଲବମ ଅଡ଼ିଓ ରିଲିଜରେ ନିର୍ଦ୍ଦେଶକ ବାପୁ ଓଝା, ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ଅଭିନେତା ଜୀବନ ପଣ୍ଡା, ରବି ମିଶ୍ର, ଜ୍ଞାନେନ୍ଦ୍ର ପଲାଇ ,ନିର୍ଦ୍ଦେଶକ ମୁନୁ ପାଗଳ ,ପ୍ରଯୋଜକ ସିତୁ ସିତେଶ, ବିଜଡ଼େି ଜିଲ୍ଲା ସଭାପତି ଅମରେଶ ଜେନା, ଚନ୍ଦ୍ରଭାନୁ କର ଓ ଗୀତିକାର ରମାକାନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଜିତୁ ଜିତେନ୍ଦ୍ର ପରିଚାଳନା କରିଥିଲେ । ଏଥିରେ ରାଜ କୁମାର ସହଯୋଗ କରିଥିଲେ । 

  • Tags:

Subscribe

National International State Sports Entertainment