ପଙ୍କଜ ଉଦାସ ଶୁଣାଇଲେ “ଚିଠି ଆୟି ହେ” ଗୀତ ପଛର କିଛି ଅକୁହା କାହାଣୀ, ଲୋକଙ୍କ ଆଖିରୁ ଝରିଥିଲା ଅଶ୍ରୁ
Khabar Odisha:Entertainment--bollywood-odisha-pankaj-udhas-naam-movie-song-chitthi-aayi-hai-incident-when-everyone-cried
ମୁମ୍ବାଇ, ନଭେମ୍ବର ୦୩(ଖବର ଓଡ଼ିଶା):

ଗଜଲ ଗାୟକ ଦୁନିଆର ବେତାଜ ବାଦଶାହା ପଙ୍କଜ ଉଦାସ ରବିବାର ଦିନ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ବ୍ୟକ୍ତିଗତ ଜୀବନର ସଙ୍ଗୀତକୁ ନେଇ କିଛି ଅକୁହା କଥାକୁ କହିଛନ୍ତି । 

ସେହି ସମୟରେ ସେ ଆଉ ଏକ ଗୀତ ରେକଡ଼ିଂ ଦିନର କଥା କହିଛନ୍ତି ଯେ, ସେହି ଗୀତ ଶୁଣି ସେଠାରେ ଥିବା ଲୋକଙ୍କ ଆଖିରୁ ଅଶ୍ରୁ ଝଡ଼ି ପଡ଼ିଥିଲା । ସେହି ଗୀତ ଥିଲା ୧୯୮୬ ମସିହାରେ ରିଲିଜ ହୋଇଥିବା ଫିଲ୍ମ “ନାମ”ରେ ସେ କଣ୍ଠଦାନ କରିଥିବା ତଥା ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ କମ୍ପୋଜ କରିଥିବା ଗୀତ “ଚିଠି ଆୟି ହେବ” । ଏହି ଗୀତଟିକୁ ଆନନ୍ଦ ବକ୍ସି ଲେଖିଥିଲେ । 

ପଙ୍କଜ ଉଦାସ କହିଛନ୍ତି ଯେ, ଦିନେ ଏହି ଗୀତଟି ମେହବୁବ ଷ୍ଟୁଡ଼ିଓରେ ସନ୍ଧ୍ୟା ସମୟରେ ରେକର୍ଡ଼ ହୋଇଥିଲା । ଯେତେବେଳେ ଗୀତଟି ଫାଇନାଲ ହୋଇଥିଲା ସେ ଭାବିଥିଲେ ଲୋକଙ୍କ ପସନ୍ଦ ଆସିବ ନାହିଁ । କିନ୍ତୁ ପରେ ଯେତେବେଳେ ଗୀତଟି ପ୍ଲେ କରାଯାଇଥିଲା ଓ ଏହି ଗୀତଟି ଶୁଣି ଷ୍ଟୁଡ଼ିଓରେ ଥିବା ବ୍ୟକ୍ତିମାନଙ୍କ ଆଖିରେ ଅଶ୍ରୁ ଝରିଥିଲା ସେତେବେଳେ ତାଙ୍କୁ ଗୀତଟିର ମହତ୍ୱ ହୃଦୟଙ୍ଗମ ହୋଇଥିଲା ।

  • Tags:

Subscribe

National International State Sports Entertainment