୩ଦିନରେ ୧୦୦କୋଟି ପାର କଲା “ସାଇ ରା ନରସିଂହା ରେଡ୍ଡି” ଫିଲ୍ମ
Khabar Odisha:Entertainment--bollywood-odisha-3rd-day-box-office-collections-of-sye-raa-narasimha-reddy
ମୁମ୍ବାଇ, ଅକ୍ଟୋବର ୦୫(ଖବର ଓଡ଼ିଶା):

ବକ୍ସଅଫିସରେ ରିଲିଜ ହୋଇଥିବା ଦୁଇଟି ସୁପରହିଟ ଫିଲ୍ମ ଜବରଦସ୍ତ ଧମାଲ କରୁଛନ୍ତି । ବଲିଉଡ଼ ସୁପରଷ୍ଟାର ବିଗ୍ ବି ଅମିତାଭ ବଚ୍ଚନ ଓ ଚିରଞ୍ଜିବୀଙ୍କ ଫିଲ୍ମ “ସାଇ ରା ନରସିଂହା ରେଡ୍ଡି”  ସହ ବଲିଉଡ଼ ତାରକା ହ୍ରିତିକ ରୋଶନ ଓ ଟାଇଗର ଶ୍ରୋଫଙ୍କ ଆକ୍ସନ ଥ୍ରିଲର ଫିଲ୍ମ “ୱାର” ଦର୍ଶକଙ୍କ ପ୍ରିୟ ହୋଇପାରିଛି ।

ବଲିଉଡ଼ ସୁପରଷ୍ଟାର ବିଗ୍ ବି ଅମିତାଭ ବଚ୍ଚନ ଓ ଚିରଞ୍ଜିବୀଙ୍କ ଫିଲ୍ମ “ସାଇ ରା ନରସିଂହା ରେଡ୍ଡି” ନିଜ ଓପନିଙ୍ଗ ଦିନରୁ ହିଁ ଦର୍ଶକଙ୍କ ମନ କିଣିନେଇ ଧମାଲ କରିଛି । କିନ୍ତୁ ଏହି ଫିଲ୍ମ ବଲିଉଡ଼ ତାରକା ହ୍ରିତିକ ରୋଶନ ଓ ଟାଇଗର ଶ୍ରୋଫଙ୍କ ଆକ୍ସନ ଥ୍ରିଲର ଫିଲ୍ମ ଉପରେ ପ୍ରଭାବ ପକାଇଛି । ଯେଉଁଠି “ୱାର” ୩ଦିନରେ ବକ୍ସ ଅଫିସରେ ୯୯.୭୦କୋଟି ବ୍ୟବସାୟ କରିଥିବା ବେଳେ “ସାଇ ରା ନରସିଂହା ରେଡ୍ଡି”୧୦୭କୋଟି ଆୟ କରି ୧୦୦କୋଟି କ୍ଲବରେ ସାମିଲ ହୋଇଛି । ମିଡ଼ିଆ ରିପୋର୍ଟ ଅନୁସାରେ, “ସାଇ ରା ନରସିଂହା ରେଡ୍ଡି” ଫିଲ୍ମ “ୱାର”କୁ ପଛରେ ପକାଇବାରେ ସଫଳ ହୋଇଛି ।

“ସାଇ ରା ନରସିଂହା ରେଡ୍ଡି” ଫିଲ୍ମରେ ଜଣେ ଯୋଦ୍ଧା ଉପ୍ୟାଲାବାଦା ନରସିଂହା ରେଡ୍ଡିଙ୍କ କାହାଣୀ ଯିଏ ଇଂରେଜଙ୍କ ବିରୋଧରେ ସର୍ବ ପ୍ରଥମେ ସ୍ୱର ଉଠାଇଥିଲେ ତାଙ୍କ ଉପରେ ଆଧାରିତ ହୋଇଛି ।  ଏହି ଫିଲ୍ମରେ ନରସିଂହା ରେଡ୍ଡିଙ୍କ ଗୁରୁ ଭୂମିିକାରେ ଅମିତାଭ ବଚ୍ଚନ ନଜରକୁ ଆସୁଛନ୍ତି । 

  • Tags:

Subscribe

National International State Sports Entertainment