ପୁରୀ, ଏପ୍ରିଲ ୧୮(ଖବର ଓଡିଶା):
ପଞ୍ଚଭୂତରେ ଲୀନ ହେଲେ ସଙ୍ଗୀତଜ୍ଞ ପ୍ରଫୁଲ କର । ପୁରୀ ସ୍ୱର୍ଗଦ୍ୱାରରେ ପ୍ରଫୁଲ କରଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗାର୍ଡ ଅଫ୍ ଅନର ପରେ ପ୍ରଫୁଲ କରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ମୁଖାଗ୍ନି ଦେଲେ ପ୍ରଫୁଲଙ୍କ ବଡ ପୁଅ ମହାଦୀପ କର । ପ୍ରଫୁଲ କରଙ୍କ ଶେଷକୃତ୍ୟରେ ମନ୍ତ୍ରୀ ପ୍ରତାପ ଜେନା, ସମୀର ଦାଶଙ୍କ ସହ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ ।
ସୁଚନା ଅନୁସାରେ ଗତକାଲି ରାତି ୯ଟାରେ ଓଡ଼ିଆ ସଂଗୀତ ଜଗତରେ ‘କମଳଦେଶର ରାଜକୁମାର’ ଭାବେ ବେଶ୍ ପରିଚିତ ପ୍ରଫୁଲ୍ଲ କରଙ୍କ ପରଲୋକ ହୋଇଥିଲା ।
ସ୍ଥାନୀୟ ସତ୍ୟନଗରସ୍ଥିତ ବାସଭବନରେ ପ୍ରଫୁଲ୍ଲ କରଙ୍କ ୮୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏବାବଦରେ ତାଙ୍କ ପୁଅ ମହାଦୀପ କର ସୂଚନା ଦେଇଥିଲେ ।
ଓଡ଼ିଶୀ ଓ ଶାସ୍ତ୍ରୀୟ ସଂଗତରେ ବିଚକ୍ଷଣ ଜ୍ଞାନ ଥିବା ପ୍ରଫୁଲ୍ଲ କର ଅନେକଗୁଡ଼ିଏ ଓଡ଼ିଆ ସିନେମାରେ ମଧ୍ୟ କଣ୍ଠଦାନ କରିଛନ୍ତି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।