ଡିଜାଇନର ଅନିତା ରେଡ୍ଡିଙ୍କ ସହ ମିଶି ମାସ୍କ ବନାଉଛନ୍ତି ଅଭିନେତ୍ରୀ ଲାଭନ୍ୟା ତ୍ରିପାଠୀ
Khabar Odisha:Designer-Anitha-Reddy-and-Lavanya-Tripathy-join-hands-to-produce-face-masks
ନୂଆଦିଲ୍ଲୀ, ଜୁନ ୨୩ (ଖବର ଓଡ଼ିଶା):

ସାରା ବିଶ୍ୱ ଏବେ ମହାମାରୀ କରୋନାକୁ ନେଇ ଚିନ୍ତାରେ । ତେବେ ଏହି ମହାମାରୀରୁ ରକ୍ଷା ପାଇବା ନିମନ୍ତେ ସାମାଜିକ ଦୂରତା ରକ୍ଷା କରିବା ଏବଂ ମାସ୍କ ପିନ୍ଧିବା ଆଦି ଗାଇଡଲାଇନ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି । ତେବେ ଏହି ମହାମାରୀରୁ ନିଜକୁ ସୁରକ୍ଷିତ ରଖିବାକୁ ହେଲେ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ । 

ତେବେ ଏହି ସମୟରେ ହାଇଦ୍ରାବାଦର ଡିଜାଇନର ଅନିତା ରେଡ୍ଡିଙ୍କ ସହ ମିଶି ମାସ୍କ ବନାଉଛନ୍ତି ଅଭିନେତ୍ରୀ ଲାଭନ୍ୟା ତ୍ରିପାଠୀ । ତେବେ ଉଭୟେ ମିଶିକି ମାର୍ଚ୍ଚ ମାସ ଠାରୁ ଏହି ମାସ୍କ ବନାଉଛନ୍ତି । ତେବେ ସେମାନଙ୍କ କହିବା ଅନୁସାରେ ବର୍ତ୍ତମାନ ସୁଦ୍ଧା ଆମେ କରୋନା ମୁକ୍ତ ହୋଇନାହୁଁ । ଏବେବି ଆମ ମାନଙ୍କର ଉପରେ ଏହି କରୋନାର ବିପଦ ରହିଛି । ତେଣୁ ଆମେ ସତର୍କ ହେବା ସହ ଅଧିକରୁ ଅଧିକ ମାସ୍କ ପିନ୍ଧିବା ଆବଶ୍ୟକ ବୋଲି ଲାଭନ୍ୟା ତ୍ରିପାଠୀ କହିଛନ୍ତି । ଏହାସହ ଏହି ମାସ୍କ ବ୍ୟବସାୟ କରି କିଛି ଲୋକଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ଏହି ଅଭିନେତ୍ରୀ । ଏହାସହ ଏଥିରୁ ବାହାରୁଥିବା ଲାଭ ବିଭିନ୍ନ ଭଲ କାର୍ଯ୍ୟରେ ନିୟୋଜିତ କରିବାକୁ ଏହି ଅଭିନେତ୍ରୀ ଲକ୍ଷ୍ୟ ରଖିଛନ୍ତି ।

  • Tags:

Subscribe

National International State Sports Entertainment