ନୂଆଦିଲ୍ଲୀ, ନଭେମ୍ବର ୬(ଖବର ଓଡ଼ିଶା)
ଖୁସି ଖବର .. ଆପଣଙ୍କ ଅତି ପ୍ରିୟ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଆଜି ଏକ କନ୍ୟା ସନ୍ତାନ ର ମା ହୋଇଛନ୍ତି ।ମା’ ବନିବା ପରେ ଆଲିଆ ଏହି ଖୁସି ଖବରକୁ ନିଜର ଇନଷ୍ଟା ଆକାଉଣ୍ଟରେ ସେୟାର କରିଛନ୍ତି।
ଯେଉଁଥିରେ ଉଭୟ ଦମ୍ପତିଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଅନେକ ଅଭିନେତା ଓ ଅଭିନେତ୍ରୀ ପୋଷ୍ଟ କୁ ଲାଇକ ଓ କମେଣ୍ଟ କରିଛନ୍ତି । ଆଲିଆ ଭଟ୍ଟଙ୍କ ପ୍ରସବ ଏଚଏନ ରିଲାଏନ୍ସ ହସ୍ପିଟାଲରେ କରାଯାଇଛି।
ଏପ୍ରିଲ ୧୪, ୨୦୨୨ରେ ଅଭିନେତା ରଣବୀର କପୁରଙ୍କୁ ବିବାହ କରିଥିବା ବେଳେ ବିବାହର ୭ମାସ ପରେ ମା’ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ।