ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ବିବେକ ଓବେରୟଙ୍କ ଘରେ ଚଢାଉ
Khabar Odisha:Bollywood-actor-Vivek-Oberois-house-raided-in-drug-case
ବାଙ୍ଗାଲୁରୁ, ଅକ୍ଟୋବର ୧୫ (ଖବର ଓଡ଼ିଶା):

ବଲିଉଡ ଅଭିନେତା ବିବେକ ଓବରୋଇଙ୍କ ଘରେ ବଙ୍ଗାଲୁରୁ ପୋଲିସ ଚଢାଉ କରିଛି। ଦୁଇଜଣ ପୋଲିସ ଇନ୍ସପେକ୍ଟର ଦ୍ବିପହରରେ ପହଞ୍ଚି ଏହି ଚଢାଉ ଆରମ୍ଭ କରିଛନ୍ତି । ବିବେକ ଓବେରୟଙ୍କ ଶଳା ଆଦିତ୍ୟ ଅଲଭା ଏଥିରେ ସମ୍ପୃକ୍ତ ଥିବା ଚର୍ଚ୍ଚା ହେଉଥିବାବେଳେ ସେ ଫେରାର ହୋଇଯାଇଛନ୍ତି 

ଜଣେ ପୋଲିସ ଅଧିକାରୀ କହିଛନ୍ତି, 'ଆଦିତ୍ୟ ଅଲଭା ଫେରାର ହୋଇଯାଇଛନ୍ତି। ବିବେକଙ୍କ ଘରେ ସେ ଲୁଚି ରହିଥିବା ଖବର ମିଳିବାରୁ ଯାଞ୍ଚ ହୋଇଥିଲା   ଏଥିପାଇଁ କୋର୍ଟରୁ ୱାରେଣ୍ଟ ନିଆଯାଇଥିଲା ଏବଂ ଅପରାଧ ଶାଖା ଦଳ ବେଙ୍ଗାଲୁରୁରୁ ମୁମ୍ବାଇରେ ଥିବା ସେମାନଙ୍କ ଘରକୁ ଯାଇଥିଲେ।

ବାଙ୍ଗାଲୋରରେ ଆଦିତ୍ୟ ଅଲଭାଙ୍କ ଘରେ ମଧ୍ୟ ପୋଲିସ ଖୋଜାଖୋଜି କରିଛି। ପ୍ରକାଶ ଥାଉ ଯେ ଆଦିତ୍ୟ ଅଲଭା ହେଉଛନ୍ତି କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜୀବରାଜ ଅଲଭାଙ୍କ ପୁଅ। ସେ କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଗାୟକ ତଥା ଅଭିନେତାମାନଙ୍କୁ ଡ୍ରଗ୍ ଯୋଗାଉଥିବା ଅଭିଯୋଗ ହୋଇଛି।

  • Tags:

Subscribe

National International State Sports Entertainment