ମୁମ୍ବାଇ, ଜାନୁଆରୀ 23 (ଖବର ଓଡ଼ିଶା):
ଆସନ୍ତାକାଲି ମହାରାଷ୍ଟ୍ର ଆଲିବାଗ୍ସ୍ଥିତ 'ନ ମେନସନ୍ ହାଉସ'ରେ ହାତକୁ ଦି’ ହାତ ହେବେ ବଲିଉଡ ଅଭିନେତା ବରୁଣ ଧଓ୍ୱାନ । ପିଲାଦିନ ବାନ୍ଧବୀ ନତାଶା ଦଲାଲଙ୍କୁ ଜୀବନ ସାଥୀ କରିବେ ବରୁଣ । ବରୁଣ ଓ ନତାଶା ପରସ୍ପରଙ୍କୁ ସ୍କୁଲ ସମୟରୁ ଜାଣିଛନ୍ତି। ସ୍କୁଲ ସରିବା ପରେ ବହୁ ବର୍ଷର ବ୍ୟବଧାନ ପରେ ଉଭୟ ଏକ ମ୍ୟୁଜିକ କନସର୍ଟରେ ଭେଟ ହୋଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହି ବାହାଘରରେ ବଲିଉଡର ବହୁ କଳାକାର ଅତିଥି ଭାବେ ଯୋଗ ଦେବାନେଇ ଚର୍ଚ୍ଚା ଜୋରଧରିଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ଜଣାପଡ଼ିଛି