ଟିଭି ହରାଉଛି ଦର୍ଶକ
Khabar Odisha:Big-TV-properties-struggle-to-find-audiences-in-worrying-sign-for-business

ନୂଆଦିଲ୍ଲୀ : ଦିନକୁ ଦିନ ଅନଲାଇନ୍ କଣ୍ଟେଟ୍ ବେଶି ଲୋକପ୍ରୀୟତା ହାସଲ କରୁଥିବା ବେଳେ ଏବେ ଟେଲିଭିଜନ୍ ଜମାନା ଧିରେ ଧିରେ ଆଉଟ୍ ଡେଟେଡ୍ ହେବାରେ ଲାଗିଛି । ବର୍ତମାନ ପରିସ୍ଥିତି ଏମିତି ଯେ ନଂ ୱାନ୍ ‘ଶୋ’ ଗୁଡିକ ଏବେ ଦର୍ଶକ ପାଇବା ପାଇଁ ସଂଘର୍ଷ କରୁଛନ୍ତି ।

ଭାରତୀୟ ଟେଲିଭିଜନ ଇଣ୍ଡଷ୍ଟ୍ରିର ସବୁଠାରୁ ପପୁଲାର ଶୋ ‘କୌନ ବନେଗା କରୋରପତି’, ‘ଆଇପିଲଏଲ’, ‘ଦ କପିଲ ଶର୍ମା ଶୋ’ ଓ ‘ବିଗ୍ ବସ୍‌’ ଭଳି ଧାରାବାହିକ ଠାରୁ ଏବେ ଦର୍ଶକ ମୁହଁ ଫେରାଇବା ଆରମ୍ଭ କଲେଣି ।

 

ପ୍ରାଇମ୍ ଟାଇମ୍ ସ୍ଳଟ୍ ରେ ଚାଲୁଥିବା ଏହି ଶୋ ଗୁଡିକର ଟିଆରପି ବା ଟେଲିଭିଜନ ରେଟିଙ୍ଗ୍ ପଏଣ୍ଟ ଏବେ ହ୍ରାସ ପାଇବାରେ ଲାଗିଛି । ସୂଚନା ଅନୁସାରେ ଏହି ପ୍ରାଇମ୍ ଟାଇମ୍ ଶୋ ଗୁଡିକର ଲୋକପ୍ରୀୟତା ପାଖାପାଖି ୫୦% ପର୍ଯ୍ୟନ୍ତ ତଳକୁ ଖସିଛି । ପୂର୍ବ ବର୍ଷ ଏହି ଶୋ ଗୁଡିକର ଟିଆରପି ଗ୍ରାଫ ୨.୫ ରୁ ୩ ପଏଣ୍ଟ ରହୁଥିବା ବେଳେ ଚଳିତ ବର୍ଷ ଏହା ହାରାହାରି ୧.୫ ପଏଣ୍ଟ ରହିଛି । ଯାହା ବର୍ତମାନ ମନୋରଞ୍ଜନ ଶିଲ୍ପ ଉପରେ ବଡ ପ୍ରଭାବ ପକାଇବାକୁ ଯାଉଛି ।

କରୋନା ମହାମାରୀ ଯୋଗୁଁ ବର୍ତମାନ ସୁଦ୍ଧା ମନୋରଞ୍ଜନ ଶିଳ୍ପ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହୋଇନଥିବା ବେଳେ ହଜାର ହଜାର ଲୋକ ନିଜ ଜୀବିକା ହରାଇଛନ୍ତି ଏହି ଶିଳ୍ପରୁ । ଏହାପରେ ଏପରି ମାନ୍ଦାବସ୍ଥା ଆଉ ଏକ ବଡ ସମସ୍ୟା ସୃଷ୍ଟି କରୁଛି ।

ବର୍ତମାନ ଭାରତୀୟ ଦର୍ଶକ ନିଜ ଟେଷ୍ଟ ବଦଳାଇବା ଆରମ୍ଭ କରିଛନ୍ତି ଯାହା ଫଳରେ ଅନଲାଇନ୍ କଣ୍ଟେ ଓ ଶୋ ଗୁଡିକୁ ବେଶି ଲୋକପ୍ରୀୟତା ମିଳୁଛି ଟେଲିଭିଜନ ଶୋ ତୁଳନାରେ । ଏହାଛଡା ଲକ୍‌ଡାଉନ୍ ସମୟରେ ଅନେକ ରିଜିଓନାଲ ଚ୍ୟାନେଲ ଗୁଡିକର ପ୍ରାଇମ୍ ଟାଇମ୍ ଶୋ ଗୁଡିକୁ ମଧ୍ୟ ବନ୍ଦ କରିଦିଆଯାଇଛି ଏହି କାରଣରୁ ।

କରୋନା ସମୟରେ ଲୋକେ ଜୀବିକା ଓ ଜୀବନ ଚିନ୍ତାରେ ମନୋରଞ୍ଜନ ଠାରୁ ଦୂରେଇ ଯିବା ସହିତ ଖାଲି ସମୟରେ ନିଜ ସୁବିଧା ଅନୁଯାଇ ଅନଲାଇନ୍ କଣ୍ଟେଟ୍ ବା ୱେବ ସିରିଜ ଉପଲବ୍ଧ ହୋଇପାରୁଥିବାରୁ ବର୍ତମାନ ଟେଲିଭିଜନ ଦର୍ଶକ ହରାଇବା ଆରମ୍ଭ କରିଛି ।

  • Tags:

Subscribe

National International State Sports Entertainment