ଦ୍ୱିତୀୟ ଥର ପାଇଁ ଆର୍ଯ୍ୟନଙ୍କ ଜାମିନ୍ ଆବେଦନ ଖାରଜ, ୨୬ ତାରିଖରେ ହେବ ଶୁଣାଣି
Khabar Odisha:Aryans-bail-for-the-second-time-will-be-dismissed-on-octomber-26
ମୁମ୍ବାଇ, ଅକ୍ଟୋବର ୨୧(ଖବର ଓଡିଶା):

ଆକ୍ଟୋବର ୨୬ ତାରିଖ ଯାେଁ ମୁମ୍ବାଇର ଆର୍ଥର ରୋଡ ଜେଲରେ ରହିବେ କିଙ୍ଗ ଖାନ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍ । କାରଣ ତାଙ୍କର ଜାମିନ୍ ଆବେଦନ ଉପରେ ଅକ୍ଟୋବର ୨୬ରେ ଶୁଣାଣି ହେବ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି । ତେବେ ବୁଧବାର ୨ୟ ଥର ପାଇଁ ଆର୍ଯ୍ୟନଙ୍କ ଜାମିନ ଆବେଦନକୁ ମୁମ୍ବାଇ ସ୍ପେଶାଲ୍ କୋର୍ଟ ଖାରଜ କରି ଦେଇଥିଲେ । 

ଏହାପରେ ତାଙ୍କ ଓକିଲ ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ଏନେଇ ମଙ୍ଗଳବାର ଶୁଣାଣି କରାଯିବା ବୋଲି ଆଜି ହାଇକୋର୍ଟ କହିଛନ୍ତି । ସୂଚନା ଅନୁସାରେ, ଅକ୍ଟୋବର ୩ ତାରିଖରେ ଆର୍ଯ୍ୟନଙ୍କୁ ଗିରଫ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗିରଫ କରିଥିଲା । ଏହା ପର ଠାରୁ ୩ ସପ୍ତାହ ହେବ ଜେଲରେ ଥିବା ଆର୍ଯ୍ୟନଙ୍କ ସହିତ ବାପା ଶାହରୁଖ ଓ ମା ଗୌରୀ ଭିଡିଓ କଲ ଯୋଗେ କଥାବାର୍ତ୍ତା ହୋଇଥିଲେ । 

କରୋନା ମହାମାରୀ ପାଇଁ ମହାରାଷ୍ଟ୍ରରେ କୌଣସି ଜେଲରେ କଏଦୀ ଓ ବିଚାରଧୀନ କଏଦୀଙ୍କୁ ସମ୍ପର୍କୀୟମାନେ ଭେଟିବା ଉପରେ କଟକଣା ଜାରି ହୋଇଥିଲା । ମାତ୍ର ଆଜି ଠାରୁ ସାରା ରାଜ୍ୟରେ ଏହି କଟକଣାକୁ ହଟାଇ ଦିଆଯାଇଛି । ଏଥିପାଇଁ ପ୍ରଥମ ଥର ପାଇଁ ପୁଅ ଆର୍ଯ୍ୟନକୁ ଭେଟିବାକୁ ଶାହରୁଖ ଖାନ ଜେଲରେ ପହଞ୍ଚି ଭେଟିଥିବା ଜଣାପଡିଛି ।

  • Tags:

Subscribe

National International State Sports Entertainment