ଆମିର ଖାନ ବଲିଉଡର ସବୁଠୁ ସଫଳ ତାରକାଙ୍କ ମଧ୍ୟରୁ ଜଣେ, ଯାହାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ପ୍ରାୟତଃ ତାଙ୍କୁ ତାଙ୍କ ଫ୍ୟାନ୍ସମାନେ Mr ପରଫେକ୍ସନିଷ୍ଟ ମଧ୍ୟ ଡାକିଥାନ୍ତି । ଏହି ସୁପରଷ୍ଟାର 'କୟାମତ ସେ କୟାମତ ତକ' ଚଳଚିତ୍ରରେ ରେ ମୁଖ୍ୟ ଅଭିନେତା ଭାବରେ ଡେବ୍ୟୁ କରିବା ପରଠାରୁ ତାଙ୍କ ଚମତ୍କାର ଅଭିନୟ ବଳରେ ଦର୍ଶକଙ୍କୁ ଅନେକ ସ୍ମରଣୀୟ ଚଳଚିତ୍ର ଭେଟି ଦେଇଛନ୍ତି । କିନ୍ତୁ ସେ ବହୁତ ଥର ନିଜର ‘Short Height' ହେତୁ ଲୋକମାନେ ତାଙ୍କୁ ଗ୍ରହଣ କରିବେ କି ନାହିଁ ତାଙ୍କ ମନରେ ଏହି ଭୟ ରହିଥିଲା ।
ତେବେ ଅନେକ ଥର ଅନେକ ଲୋକଙ୍କୁ ସେମାନଙ୍କର ଉଚ୍ଚତା ଏବଂ ଶରୀରର ରଙ୍ଗ ହେତୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ଏହା କେବଳ ସାଧାରଣ ଲୋକଙ୍କ ସହିତ ନୁହେଁ ବରଂ ବଲିଉଡ ତାରକାମାନଙ୍କ ସହିତ ମଧ୍ୟ ହୋଇଥାଏ । ବଲିଉଡ ଅଭିନେତା ଆମୀର ଖାନଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା, ଯାହା ଅନ୍ୟ ଏକ ଚଳଚ୍ଚିତ୍ର ସମୟରେ ଉଚ୍ଚତା ହେତୁ ତାଙ୍କୁ ଅଣଦେଖା କରାଯାଇଥିଲା ।
ବାସ୍ତବରେ, ଏହି କଥାଟି 2012 ରେ ମୁକ୍ତିଲାଭ କରିଥିବା ତଲାଶ ଚଳଚ୍ଚିତ୍ର ସମୟର । ଫିଲ୍ମ 'ତଲାଶ' ସମୟରେ ଆମୀର ଖାନଙ୍କ ଦ୍ୱାରା ଦିଆଯାଇଥିବା ଏକ ସାକ୍ଷାତକାରର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ ରାନୀ ମୁଖାର୍ଜୀ ତାଙ୍କ height ବିଷୟରେ କହିଥିଲେ, ଯେ ସେ heightରେ ସବୁଠାରୁ କମ୍ ତେଣୁ ସେ ଆମୀରଙ୍କ ହୃଦୟର ନିକଟତର ହୋଇପାରିବେ । ତାଙ୍କର ଏହି କଥାଟି ଆମିରଙ୍କୁ ବହୁତ ପ୍ରଭାବିତ କରିଥିଲା ।
ଏହା ପରେ ରାନୀ ତାଙ୍କ ବ୍ୟକ୍ତିତ୍ୱର ଅନେକ ପ୍ରଶଂସା କରିଥିଲେ । ଏହି ସାକ୍ଷାତକାରରେ ଆମୀର ଖାନ ଏବଂ ରାନୀ ମୁଖାର୍ଜୀଙ୍କୁ ପଚରାଯାଇଥିଲା ଯେ ସେମାନଙ୍କ କ୍ୟାରିଅରରେ ସେମାନଙ୍କର height କେତେ ଗୁରୁତ୍ୱପୂର୍ଣ୍ଣ । ଉତ୍ତରରେ ଆମୀର ଖାନ ଏହା ଉପରେ ନିଜର ମତ ରଖିଥିଲେ ଏବଂ ତାଙ୍କୁ ତାଙ୍କ ଚିନ୍ତା ବିଷୟରେ ଅବଗତ କରାଇଥିଲେ।
ତାଙ୍କର କ୍ୟାରିଅର ଆରମ୍ଭ ସମୟରେ, ସେ ତାଙ୍କ height କୁ ନେଇ ଚିନ୍ତିତ ଥିଲେ । ଏହି କାରଣରୁ ଅଭିନେତା ନିଜକୁ insecure ମନେ କରିବାକୁ ଲାଗିଲେ । ସେ ଭୟ କରୁଥିଲେ ଯେ ଲୋକମାନେ କହିବେ ଯେ ସେ 'ଟିଙ୍ଗୁ' । ଏହା ଭୟ ଥିଲା କିନ୍ତୁ ସମସ୍ତେ ତାଙ୍କୁ ପସନ୍ଦ କରିଥିଲେ। ସେହି ସମୟରେ 'ଅମିତାଭ ବଚ୍ଚନ' ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ କରୁଥିଲେ । ଆମୀର ଖାନ ତାଙ୍କ ସାକ୍ଷାତକାର ରେ କହିଛନ୍ତି , ଯେତେବେଳେ ଇଣ୍ଡଷ୍ଟ୍ରିରେ ନୂଆ ଆସିଥିଲେ , ସେତେବେଳେ ସେ ଅନେକ ଜିନିଷକୁ ଭୟ କରୁଥିଲେ ଏବଂ ଆଜି ବି ସେ ଅନେକ ଜିନିଷକୁ ଭୟ କରନ୍ତି ।