୧୬ ତାରିଖରେ ଆମାଜନ୍ ପ୍ରାଇମ୍ ଭିଡିଓରେ ରିଲିଜ ହେବ ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ୍ ବଟମ୍‌’
Khabar Odisha:Akshay-Kumars-film-Bell-Button-to-be-released-on-Amazon-Prime-Video-on-the-16th
ମୁୁମ୍ବାଇ, ସେପ୍ଟେମ୍ବର ୧୧(ଖବର ଓଡିଶା):

ସେପ୍ଟେମ୍ବର ୧୬ ତାରିଖରେ ଆମାଜନ୍ ପ୍ରାଇମ୍ ଭିଡିଓରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ୍ ବଟମ୍‌’ ରିଲିଜ ହେବ । ଏନେଇ ଅକ୍ଷୟ କୁମାର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ଅଗଷ୍ଟ ୧୯ ତାରିଖରେ ଏହି ଫିଲ୍ମ ପ୍ରେକ୍ଷାଳୟମାନଙ୍କରେ ରିଲିଜ ହୋଇଥିଲା । 

ତେବେ ଅକ୍ଷୟ କୁମାର ଲେଖିଛନ୍ତି ଯେ ଆପଣମାନେ ତାରିଖ ମନେ ରଖିବେ, ମୁଁ ମିସନ୍ କଥା ମନେ ପକାଇ ଦେବି । ପ୍ରାଇମ୍‌ରେ ଫିଲ୍ମ ‘ବେଲ୍ ବଟମ୍‌’ ସେପ୍ଟେମ୍ବର ୧୬ରେ ରିଲିଜ ହେଉଛି । ଏଥିରେ ରଣଜିତ ଏମ ତେୱ୍ୱାରୀ ନିର୍ଦ୍ଦେଶନା ଦେଇଛନ୍ତି । ଲାରା ଦତ୍ତ, ବାଣୀ କପୁର ଏବଂ ହୁମା କ୍ୟୁରେଶି ଆଦି ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । 

ସୂଚନା ଅନୁସାରେ, ବିଶ୍ୱର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ‘ବେଲ୍ ବଟମ୍‌’ ଲଦାଖସ୍ତଇତ ବିଶ୍ୱର ସର୍ବେଚ୍ଚ ଭ୍ରାମ୍ୟମାଣ ପ୍ରେକ୍ଷାଳୟରେ ବି ମୁକ୍ତିଲାଭ କରିଥିଲେ ।

  • Tags:

Subscribe

National International State Sports Entertainment