ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ବିଜେଡି, ବିଜେପି, କଂଗ୍ରେସ ୩ ପ୍ରମୁଖ ରାଜନୈତିକ ଦଳସହ ମୋଟ୍ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ,ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ମଧ୍ୟରେ କଡା ଟକ୍କର ହେଉଛି । ଦିନ ୧ଟା ସୁଦ୍ଧା ୪୧ ଦଶମିକ ୨୬ ପ୍ରତିଶତ ମତଦାନ ହୋଇଛି । ମକପୋଲ ସମୟରେ ୧୬ଟି ବୁଥରେ ଇଭିଏମରେ ତ୍ରୁଟି ଆସିଥିଲା ଏବଂ ୯ଟାରୁ ୧୧ଟା ଭିତରେ ୬୨ ନମ୍ବର ଓ ୧୨୮ ନମ୍ବର ବୁଥରେ ଇଭିଏମରେ ତ୍ରୁଟି ହୋଇଥିଲା ।
ଝାରସୁଗୁ଼ଡ଼ାର ଗୁଜୁରାଟୀ ସରକାରୀ ଉଚ୍ଚ ବିଦ୍ୟାଳୟର ୭୦ ନମ୍ବର ବୁଥ୍ରେ ଭୋଟ୍ ଦେଇଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ।ସେହିପରି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ମଧ୍ୟ ଭୋଟ ଦେଇଛନ୍ତି । ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ପାଇଁ ୧୯ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।