ଭୁବନେଶ୍ୱର, ଫେବୃଆରୀ ୧୦(ଖବର ଓଡ଼ିଶା): ଏଥର ଇଭିଏମ୍ରେ ହେବ ପୌର ନିର୍ବାଚନ । ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି ।
ତେବେ ଏହି ପୌର ନିର୍ବାଚନ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ରେ ହେବାକୁ ଯାଉଛି । ଏନେଇ ପ୍ରତି ବୁଥ୍ରେ ଦୁଇଟି ଲେଖାଏଁ ଇଭିଏମ୍ ମେସିନ୍ ରଖାଯିବ ।
ଗୋଟିଏ ଇଭିଏମ୍ କାଉନସିଲର/ କର୍ପୋରେଟରଙ୍କୁ ଭୋଟ୍ ଦେବା ପାଇଁ ଉଦ୍ଧିଷ୍ଟ ରହିବ ଅନ୍ୟଟି ପୌରାଧ୍ୟକ୍ଷ୍ୟ ଓ ମେୟରଙ୍କୁ ଭୋଟ୍ ଦେବା ପାଇଁ ଉଦ୍ଧିଷ୍ଟ ରହିବ ବୋଲି ଆଜି ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।
ପଞ୍ଚାୟତ ନିର୍ବାଚନ ପରେ ପରେ ପୌର ନିର୍ବାଚନ ହେବାକୁ ଯାଉଛି । ଯାହାକୁ ନେଇ ଚୂଡାନ୍ତ ହୋଇଛି ପ୍ରସ୍ତୁତି । ଆଜି ନିର୍ବାଚନ ଆୟୋଗ ଏନେଇ ସର୍ବଦଳୀୟ ବୈଠକ ଡାକିଥିଲେ ।