ଭୁବନେଶ୍ୱର, ଫେବୃଆରୀ ୭(ଖବର ଓଡ଼ିଶା): ରାଜ୍ୟ ପଞ୍ଚାୟତ ନିର୍ବାଚନ ପାଇଁ କୋହଳ ହେଲା କରୋନା କଟକଣା । ଆଜି ଏନେଇ ପରିଚାଳନା ବୈଠକ ବସିଥିବା ବେଳେ ପଞ୍ଚାୟତ ନିର୍ବାଚନରେ କରୋନା କଟକଣା କୋହଳ କରିବାକୁ ନିଷ୍ପତି ନିଆଯାଇଛି ।
ବୈଠକ ପରେ ପ୍ରେସମିଟ୍ କରି ଏହା ବାବଦରେ ସୂଚନା ଦେଇଛନ୍ତିି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ଏଣିକି ନିର୍ବାଚନୀ ଓ ଅନ୍ୟ ରାଜନୈତିକ ସଭାରେ ୩ ଶହ ଲୋକ ସାମିଲ ହୋଇପାରିବେ ।
ଅନ୍ୟପଟେ ଘରକୁ ଘର ବୁଲି ପ୍ରଚାର କରିବା ସମୟରେ ସର୍ବାଧିକ ୨୦ ଜଣଙ୍କୁ ନେଇ ପ୍ରଚାର କରାଯାଇ ପାରିବ । ମାତ୍ର ପୂର୍ବ ଭଳି ରାଲି, ପଦଯାତ୍ରା ଓ ବାଇକ୍ ରାଲି ଉପରେ କଟକଣା ବଳବତ୍ତର ରହିଛି ।
ରାଜ୍ୟରେ ଆସନ୍ତା ଫେବୃଆରୀ ୧୬ରୁ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ପର୍ଯ୍ୟାୟ କ୍ରମେ ୫ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଆଜି ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନାକୁ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା ।