ଆଗକୁ ଲୋକସଭା ନିର୍ବାଚନ। ମତଦାନକୁ ନିଜ ଆଡକୁ ନେବାପାଇଁ ରାଜନୀତି ଦଳ ମାନେ ଜୋରସୋର୍ରେ ପ୍ରଚାର ଆରମ୍ଭ କଲେଣି । ଆସନ୍ତା ଏପ୍ରିଲ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ। ତେବେ ନିର୍ବାଚନ ପୂର୍ବରୁ ଜବତ ହୋଇଛି କୋଟି କୋଟି ଟଙ୍କା। ବର୍ତ୍ତମାନ ସୁଦ୍ଧା ୪,୬୫୦ କୋଟି ଜବତ ହୋଇଛି ବୋଲି କେନ୍ଦ୍ର ମୁଖ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି, ଯାହା ଭାରତ ନିର୍ବାଚନ ଇତିହାସରେ ପ୍ରଥମ ଘଟଣା ଅଟେ । Read More >
ଚଳିତ ଲୋକସଭା ନିର୍ବାଚନ ପାଇଁ ଆଜି ବିଜେପିର ନିର୍ବାଚନୀ ଇସ୍ତାହାର ବା ‘ସଂକଳ୍ପ ପତ୍ର’ ଉନ୍ମୋଚିତ ହୋଇଛି । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ନିର୍ବାଚନୀ ଇସ୍ତାହାର କମିଟିର ମୁଖ୍ୟ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଅନ୍ୟ ଦଳୀୟ ନେତା ମଧ୍ୟ ଉପସ୍ଥିତି ରହିଥିଲେ। Read More >
ଶଙ୍ଖ ଛାଡି ପଦ୍ମ ଧରିଲେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା। ଗୁରୁବାର ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ କୁଲେସିକା ସାମିଲ ହୋଇଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଅନ୍ୟ ବିଜେପିର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କୈଳାସ ବିଜେପିରେ ସାମିଲ୍ ହୋଇଛନ୍ତି। Read More >
ଚଳିତ ସାଧାରଣ ନିର୍ବାଚନ ପାଇଁ ବିଜେଡି ଆଜି ତାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ବାଲେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ଦଳ ପ୍ରାର୍ଥୀ କରିଛି। ଦୁଇ ଦିନ ତଳେ ଲେଖାଶ୍ରୀ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି। Read More >
ମଙ୍ଗଳବାର ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଙ୍ଗଳବାର ଦିନ ମଧ୍ୟ ପ୍ରଦେଶର ବାଲାଘାଟରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ଓ ରାଜ୍ୟର ଜନସାଧାରଣଙ୍କୁ ରାଜ୍ୟର ସମସ୍ତ ଆସନରେ ବିପୁଳ ଭୋଟରେ ପଦ୍ମ ଫୁଟାଇବାକୁ ଅପିଲ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମଞ୍ଚ ଉପରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ମଧ୍ୟ ପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ପ୍ରହ୍ଲାଦ ପଟେଲ, ବାଲାଘାଟରୁ ବିଜେପିର ଲୋକସଭା ପ୍ରାର୍ଥୀ ଭାରତୀ ପାରଧୀ ଓ ମଣ୍ଡଳାରୁ ବିଜେପିର ଲୋକସଭା ପ୍ରାର୍ଥୀ ଫଗନ ସିଂହ କୁଲସ୍ତେଙ୍କ ସହିତ ପାର୍ଟିର ଅନ୍ୟ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ । Read More >
ସୋମବାର ସମ୍ବଲପୁର ରେଢ଼ାଖୋଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି। ରେଢ଼ାଖୋଲ ଠାରେ ଥିବା ସନ୍ଥକବି ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଭୀମଭୋଇଙ୍କ ମହତ ବାଣୀ ଯେ କେବଳ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ତା ନୁହଁ, ବରଂ ଏହା ଆମ ସମସ୍ତଙ୍କ ପାଇଁ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । Read More >
ଲୋକସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ୪ ଦିନରେ ଦ୍ବିତୀୟ ଥର ପାଇଁ ଆଜି ରାଜସ୍ଥାନ ଯାଇଛନ୍ତି ମୋଦି । ରାଜସ୍ଥାନର ଚୁରୁ ନିର୍ବାଚନୀ ମଣ୍ଡଳୀରେ ପ୍ରଚାର କରିଛନ୍ତି । Read More >
ନିରପେକ୍ଷ, ଶାନ୍ତିପୂର୍ଣ୍ଣ ଓ ପ୍ରଲୋଭନମୁକ୍ତ ନିର୍ବାଚନ ଉପରେ ନିର୍ବାଚନ ଆୟୋଗ ଗୁରୁତ୍ୱାରୋପ କରିଛନ୍ତି । ଆନ୍ତଃରାଜ୍ୟ ଓ ଅନ୍ତର୍ଜାତୀୟ ସୀମାରେ ଆଇନ ଶୃଙ୍ଖଳା ପରିସ୍ଥିତି, ବେଆଇନ କାର୍ଯ୍ୟକଳାପ ରୋକିବା ଏବଂ ଏହା ଉପରେ କଡ଼ା ନଜର ରଖିବା ପାଇଁ ନିର୍ବାଚନ ଆୟୋଗ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମୀକ୍ଷା କରିଛନ୍ତି । Read More >
ରାଜ୍ୟସଭା ନିର୍ଵାଚନ ପାଇଁ ବିଜେଡି ଦୁଇଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ବିଜେଡି ନେତା ସୁଭାଶିଷ ଖୁଣ୍ଟିଆ ଏଥର ରାଜ୍ୟସଭା ଯିବେ । ଏ ନେଇ ବିଧିବଦ୍ଧ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । Read More >
ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠାରୁ ଫେବୃଆରୀ ୧୫ ଯାଏ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ । ଫେବୃଆରୀ ୧୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ସେହିପରି ୨୦ ଫେବୃଆରୀ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିପାରିବେ । ୨୭ ଫେବୃଆରୀ ସକାଳ ୯ଟା ରୁ ୪ଟା ଯାଏ ମତଦାନ ଚାଲିବ । ସେହିଦିନ ଅପରାହ୍ନ ୫ ଟାରୁ ଭୋଟ ଗଣତି କରାଯିବ । Read More >
ଆସନ୍ତା ଫେବୃଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ । ଏନେଇ ଆଜି ନିର୍ବାଚନ କମିଶନ ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ୧୫ଟି ରାଜ୍ୟରେ ଖାଲି ପଡିବାକୁ ଥିବା ୫୬ ଆସନ ପାଇଁ ନିର୍ବାଚନ ହେବ । ନିର୍ବାଚନ ପାଇଁ ଫେବୃଆରୀ ୮ ରେ ପ୍ରକାଶ ପାଇବ ବିଜ୍ଞପ୍ତି । Read More >
ଆଜି ଆସିବ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଡର ବିଧାନସଭା ନିର୍ବାଚନର ଫଳାଫଳ । ଆରମ୍ଭ ହେଲା ବିଧାନସଭା ଭୋଟ ଗଣତି । ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନ ରେ ଆଜି ବାହାରିବ ରାଜନୈତିକ ଫଳାଫଳ। କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇଛି ଗଣତି । Read More >
କଳସ ବିସର୍ଜନ ବେଳେ ପାଣିରେ ବୁଡି ବାଳକ ମୃତ
ଟ୍ରକ ସହ ଧକ୍କା ହେଲା କାର
ଜେଲରେ ବିଚାରାଧୀନ ବନ୍ଦୀକୁ ନିର୍ଯାତନା ଓ ମୃତ୍ୟୁ ଅଭିଯୋଗ
ବିହାର ଯୁବକଙ୍କୁ ହତ୍ୟାକଲେ ଆତଙ୍କବାଦୀ